ଓଡ଼ିଶାରେ ଦେଶର ୩% ଗାଡ଼ି ଦୁର୍ଘଟଣା ; ମୃତ୍ୟୁ ଜାତୀୟ ହାରଠାରୁ ଅଧିକ; ଗଲାଣି ୩୭୧୭  ଜୀବନ

ଓଡ଼ିଶାରେ ସଡ଼କ ଦୁର୍ଘଟଣା ସଂପର୍କରେ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ଓଡ଼ିଶାରେ ଦେଶର ୩% ଗାଡ଼ି ଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁ ହାର ୪୮% ରହିଛି ।

ଦେଶରେ ସଡ଼କ ଦୁର୍ଘଟଣା ମୃତ୍ୟୁ ହାର ୩୬% ଥିବା ବେଳେ ଓଡ଼ିଶାରେ ମୃତ୍ୟୁ ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ । ବିଧାନସଭାରେ ଲିଖିତ ଉତ୍ତର ଦେଇ ଓଡ଼ିଶାରେ ସଡ଼କ ଦୁର୍ଘଟଣାର ଭୟାନକ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବିଶ୍ବରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଭାରତରେ ସର୍ବାଧିକ । ଦେଶରେ ୩୮.୯୯ କୋଟି ଯାନ ପଞ୍ଜୀକୃତ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୧.୧୯ କୋଟି ରହିଛି । ଦେଶର ସମୁଦାୟ ଯାନ ସଂଖ୍ୟା ହେଉଛି ୩.୦୫% । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଦ୍ବାରା ୨୦୨୨ ମସିହାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସଡ଼କ ଦୁର୍ଘଟଣାରେ ଦେଶରେ ଓଡ଼ିଶା ୧୩ ନମ୍ବର ସ୍ଥାନରେ ରହିଛି ।

odisha assembly

ସେହିପରି ଗତବର୍ଷଠାରୁ ୨୦୨୫ ଜାନୁଆରି ପର୍ଯ୍ୟନ୍ତ ଓଡ଼ିଶାରେ ୬୩୨୭ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୩୭୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪୦୧ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ମଧ୍ୟରେ ୯୧୮ଟି ମାମଲା ଦ୍ରୁତ ଗାଡ଼ି ଚାଳନା, ୧୦୫୨ଟି ବେପରୁଆ ଗାଡ଼ି ଚାଳନା ଓ ୪୬ଟି ମଦ୍ୟପାନ ଓ ୪୬୭୭ଟି ଅନ୍ୟାନ୍ୟ କାରଣ ପାଇଁ ଘଟିଛି। ପ୍ରତ୍ୟେକ ଦୁର୍ଘଟଣା ମୃତ୍ୟୁର ଏକ ଯୁଗ୍ମ ଯାଞ୍ଚ ପୁଲିସ, ପରିବହନ ବିଭାଗ ଓ ରାସ୍ତା ନିର୍ମାଣ ବିଭାଗ ଦ୍ବାରା କରାଯାଉଛି । ଯଦି ଦୁର୍ଘଟଣାରେ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ ତା ହେଲେ ଦୁର୍ଘଟଣାଗୁଡ଼ିକର ତଦନ୍ତ ଏକ ବିଶେଷଜ୍ଞ ଦଳ ଦ୍ବାରା କରାଯାଇ ଏହାର ରିପୋର୍ଟ ଜିଲ୍ଲା ପ୍ରଶାସନ, ପୁଲିସ, ପରିବହନ ଓ ରାସ୍ତା ନିର୍ମାଣ କାର୍ଯ୍ୟାଳୟକୁ ପଠାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+