Odisha Assembly: ୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨୭ ହାତୀଙ୍କ ମୃତ୍ୟୁ
୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨୭ ହାତୀଙ୍କ ମୃତ୍ୟୁ। କେବଳ ପଶ୍ଚିମ ଓଡ଼ିଶାରେ ୧୭ଟି ହାତୀଙ୍କର ମୃତ୍ୟୁ ହୋଇଛି ।ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ଉତ୍ତର ।
୨୦୨୪-୨୫ରେ ସର୍ବାଧିକ ୧୧, ୨୦୨୩-୨୪ରେ ୨ଟି ହାତୀଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦୨୧-୨୨ରେ ୨, ୨୦୨୦-୨୧ରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି ।

ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍; ବିଧାନସଭାରେ ଆଇନମନ୍ତ୍ରୀଙ୍କ ଉତ୍ତର
ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍ । ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର। ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢୁଛି। ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି ।
ଜମିର ଗୁଣବତ୍ତା ନଷ୍ଟ ହେଉଛି ଓ କ୍ୟାନସର୍ ଭଳି ରୋଗ ବ୍ୟାପୁଛି । ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ବ ଦିଆଯାଉଛି । ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ।
ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର
ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର। ଗତ ବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ୍ ଧାନ ଅଧିକା କିଣାହୋଇଛି । ପ୍ରତ୍ୟେକ ବର୍ଷ ୧୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ FCI ନିଏ । ଏଥର ଅଧିକ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ନେବାକୁ ରାଜି ହୋଇଛନ୍ତି ।
ଚଳିତ ବର୍ଷ ମୋଟ ୪୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନେବ FCI । ତାପରେ ବି ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ରହୁଛି ।'୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ରଖିବାକୁ ଗୋଦାମ କରୁଛୁ ।'ବଳକା ଚାଉଳକୁ ମଧ୍ୟ ଫ୍ରି ସେଲ୍ କରିବାକୁ ବ୍ୟବସ୍ଥା କରାଯାଉଛି ।












Click it and Unblock the Notifications