Odisha Assembly : ରାଜ୍ୟର ୨୬୦୩ ଗାଁରେ ନାହିଁ ମୋବାଇଲ୍ ସେବା

ରାଜ୍ୟର ୨୬୦୩ ଗାଁରେ ନାହିଁ ମୋବାଇଲ୍ ସେବା । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୋବାଇଲ୍ ସେବାର ଲାଭ ଉଠାଇ ପାରୁନାହାଁନ୍ତି ରାଜ୍ୟର ଅଢ଼େଇ ହଜାରରୁ ଅଧିକ ଗ୍ରାମର ଗ୍ରାମବାସୀ ।

ବିଧାନସଭାରେ ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଏବେ ଯାଏଁ କେଉଁ କେଉଁ ବ୍ଲକର କେଉଁ ପଞ୍ଚାୟତରେ ମୋବାଇଲ ଓ ଟେଲିଫୋନ୍ ସେବା ଅପହଞ୍ଚ ଅଛି?

Odisha Assembly 2603 villages in the state do not have mobile service

ଏହାସହ ସେହି ଅଞ୍ଚଳରେ ମୋବାଇଲ ଟେଲିଫୋନ୍ ସେବା ଯୋଗେଇବା ପାଇଁ ସରକାରଙ୍କ ଯୋଜନା କଣ?

ଏହାର ଉତ୍ତର ଦେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୫୧ ହଜାର ୧୭୬ ଟି ଗାଁ ଭିତରୁ ୨୬୦୩ ଗାଁରେ ମୋବାଇଲ୍ ସେବା ଉପଲବ୍ଧ ନାହିଁ । ତେବେ ଏହି ସବୁ ଗ୍ରାମକୁ ମୋବାଇଲ ସେବା ଯୋଗେଇଦେବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ୍ ଟାଓ୍ୱାର ସ୍ଥାପାନ କରିବାର ପ୍ରସ୍ତାବ ରହିଛି । ଏହା ମଧ୍ୟରୁ ୨୫୭୨ଟି ଟାଓ୍ୱାର କାର୍ଯ୍ୟକ୍ଷମ ହୋଇସାରିଛି । ଜୁନ୍ ୨୦୨୫ ସୁଦ୍ଧା ଅନ୍ୟ ସମସ୍ତ ଟାଓ୍ୱାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+