ଆଜି ଉପ-ବାଚସ୍ପତି ନିର୍ବାଚନ; ତଳସରା ବିଧାୟକ ଭବାନୀ ଭୋଇଙ୍କୁ ପ୍ରାର୍ଥୀ କରିଛି ବିଜେପି

ଆଜି ଉପ-ବାଚସ୍ପତି ନିର୍ବାଚନ । ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବା ପରେ ଉପ ବାଚସ୍ପତି ପଦ ଖାଲି ପଡ଼ିଥିଲା। ତେବେ ଆଜି ଉପ-ବାଚସ୍ପତି ନିର୍ବାଚନ ।

ତେବେ ଭାରତୀୟ ଜନତା ପାର୍ଟି ତଳସରା ବିଧାୟକ ଭବାନୀ ଭୋଇଙ୍କୁ ଉପ ବାଚସ୍ପତି ପ୍ରାର୍ଥୀ କରିଛି । ବିଧାନସଭାରେ ବଜେଟ ଅଧିବେଶନର ତୃତୀୟ ଦିନରେ ବିଜେପି ଏହି ଘୋଷଣା କରିଛି । ବିଧାନସଭା ସଚିବଙ୍କ ପାଖରେ ଭବାନୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ।

ତେବେ ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପ ବାଚସ୍ପତି ପାଇଁ କାହାକୁ ପ୍ରାର୍ଥୀ କରିନାହିଁ । ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।

odisha assembly 2024

ଭବାନୀ ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୯ରେ ଭବାନୀ ବିଜେଡି ବିଧାୟକ ପ୍ରାର୍ଥୀ ଷ୍ଟିଫେନ ୱିଲସନ ସୋରେଙ୍ଗଙ୍କୁ ପ୍ରାୟ ୧୫ ହଜାର ଭୋଟରେ ପରାସ୍ତ କରିଥିବା ବେଳେ ୨୦୨୪ରେ ମଧ୍ୟ ବିଜେଡି ପ୍ରାର୍ଥୀ ବିନୟ କୁମାର ଟାପୁଙ୍କୁ ପ୍ରାୟ ୧୭ ହଜାର ଭୋଟରେ ପରାସ୍ତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+