Odisha Assembly 2024: ୨୯ ଓ ୩୦ ତାରିଖରେ ବନ୍ଦ ରହିବ ଗୃହକାର୍ଯ୍ୟ

ବିଧାନସଭା ଶୀତ ଅଧିବେଶନର ଗୃହକାର୍ଯ୍ୟ ୨୯ ଓ ୩୦ ତାରିଖରେ ବନ୍ଦ ରଖାଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ଟି ବିଲ୍‌ ଆଗତ କରିଥିଲେ। ସାର୍ବଜନୀନ ପରୀକ୍ଷା ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତା ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସାର୍ବଜନୀନ ପରୀକ୍ଷା ପ୍ରଣାଳୀକୁ ପ୍ରତିକୂଳ ଭାବେ ପ୍ରଭାବିତ କରୁଥିବା ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନଗୁଡିକୁ ରୋକିବା ଲାଗି ସରକାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ୨୦୨୪କୁ ଉପସ୍ଥାପନ କରିଛନ୍ତି।

Odisha Assembly 2024

ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା କର ଆଦାୟ ଲକ୍ଷ୍ୟ ନେଇ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ ୨୦୧୭ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମକୁ କାର୍ଯ୍ୟକାରୀ କରିବାରେ କେତେକ ଅସୁବିଧା ଅନୁଭୂତ ହେଉଥିଲା। ଏଥିରେ ରହିଥିବା ବିଭିନ୍ନ ଅସୁବିଧା ଦୂରକରିବା ସକାଶେ ରାଜ୍ୟ ସରକାର ଓଡ଼ିଶା ଦ୍ରବ୍ୟ ଓ ସେବା କର(ଦ୍ୱିତୀୟ ସଂଶୋଧନ) ବିଲ୍‌, ୨୦୨୪କୁ ଉପସ୍ଥାପନ କରିଛନ୍ତି।

ରାଜ୍ୟରେ ପୁରୁଣା ସରକାର ଯିବା ପରେ ଏବଂ ନୂଆ ସରକାର ଆସିବା ପରେ ଏ ପର୍ଯ୍ୟନ୍ତ ପୁରୁଣା ବିଜେଡ଼ି ସରକାରର ମୋଟ ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛି ନୂଆ ସରକାର । ଆଜି ବିଧାନସଭାରୁ ଆସିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର । ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଏନେଇ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ।

ତୁଷାରକାନ୍ତି ପଚାରିଥିଲେ ଯେ, ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ରାଜ୍ୟ ଯୋଜନା, କେନ୍ଦ୍ର ଯୋଜନା କେତେ ପ୍ରତିଶତ ଅନୁଦାନରେ କେତେ ଯୋଜନା କାର୍ଯ୍ୟକାରୀ ହେଉଥିଲା ? ଏଥିସହ କେଉଁ କେଉଁ ପୁରୁଣା ଯୋଜନା ନାମ ପରିବର୍ତ୍ତନ କରି ସରକାର ଏହାର ପୁନଃ ନାମକରଣ କରିଛନ୍ତି ସେ ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ ତୁଷାରକାନ୍ତି ବେହେରା । ଯାହାର ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଉତ୍ତରରୁ ମିଳିଥିବା ତଥ୍ୟ ମୁତାବକ, ଏପର୍ଯ୍ୟନ୍ତ ମୋଟ ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛି ମୋହନ ସରକାର ।

ତେବେ ପୂର୍ବ ସରକାର କାଳିଆ ଯୋଜନା ଏବେ ସିଏମ୍ କିଷାନରେ ପରିବର୍ତ୍ତିତ ହେଇଥିବାବେଳେ ଓଡ଼ିଶା ମିଲେଟ୍ ମିଶନ ଏବଂ ଶ୍ରୀ ଅନ୍ନ ଯୋଜନାରେ ନାମିତ ହେଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ବିଜୁ ପକ୍କା ଘର ବର୍ତ୍ତମାନ ଅନ୍ତଦୋୟ ଗୃହ ଯୋଜନାରେ ପରିବର୍ତ୍ତିତ ହେଇଛି ବୋଲି ମୋହନ ମାଝୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+