ବିଧାନସଭାରେ ଉତ୍ତର ରଖିଲେ ପ୍ରଦୀପ ଅମାତ: ଗତ ୮ ବର୍ଷରେ ୬୯୮ଟି ହାତୀ ଓ ୫୭ ବାଘଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ୨୦୧୫-୧୬ ଠାରୁ ୨୦୨୩-୨୪ ମଧ୍ୟରେ ୬୯୮ଟି ହାତୀ, ୪୮ଟି କଲରାପତରିଆ ବାଘ ଓ ୭ଟି ମହାବଳ ବାଘର ମୃତ୍ୟୁ ହୋଇଛି । ବିଭିନ୍ନ କାରଣରୁ ସେମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି ।

ସଡକ ଦୁର୍ଗଟଣା, ଶିକାର, ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ବିଷ ପ୍ରୟୋଗ ଇତ୍ୟାଦି ମୁଖ୍ୟ କାରଣ ଯୋଗୁଁ ମୃତ୍ୟୁ ପ୍ରମୁଖ କାରଣ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଉତ୍ତର ରଖିଛନ୍ତି ।

୨୦୧୫ରୁ ୨୦୨୩ ମସିହା ପର୍ଯ୍ୟନ୍ତ କେତେ ସଂଖ୍ୟକ ହାତୀ ଓ ବାଘଙ୍କ ମୃତ୍ୟୁ ଘଟିଲାଣି ଓ କେଉଁ କେଉଁ ମୁଖ୍ୟ କାରଣରୁ ସେମାନେ ମୃତ୍ୟୁମୁଖରେ ପଡୁଛନ୍ତି ତାର ନିରାକରଣ କରିବା ପାଇଁ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିଧାୟକ ପ୍ରଫୁଲ ସାମଲ ପ୍ରଶ୍ନ କରିଥିଲେ ।

odisha_assembly
ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ଦେଖିବାକୁ ମିଳୁଛି ହଟ୍ଟଗୋଳ । ମାତ୍ର ଦିନେ ଦୁଇ ଦିନ ଛାଡ଼ି ଦେଲେ ଅନ୍ୟ କୌଣସ ଦିନ ଗୃହ ସ୍ୱାଭାବିକ ଭାବେ ଚାଲି ପାରୁନି । ଆଜି ବି ସମାନ ଅବସ୍ଥା ।

ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବିଧାନସଭାକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି । ବିଜେପି ବିଧାୟକଙ୍କ ଜୋରଦାର ହଟ୍ଟଗୋଳ ଓ ପୋଡିୟମ ନିକଟକୁ ଯାଇ ନାରାବାଜୀ କାରଣରୁ ବିଧାନସଭାକୁ ମୁଲତିବି ରଖାଯାଇଛି ।

ବିଜେପି ସାଂସଦମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବାକୁ ଦାବି କରିଥିଲେ । ଏହାସହ ବାଚସ୍ପତିଙ୍କୁ ଡାଲି ଫୋପାଡିବା ଘଟଣାରେ ନିଲମ୍ବିତ ହୋଇଥିବା ବିଜେପିର ୨ ଜଣ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି । ଏହା ପରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+