Odisha Assembly: ରାଜ୍ୟର ୨୦,୧୫୦ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ
୨୦.୧୫୦ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ । ରାଜ୍ୟରେ ମୋଟ୍ ୭୪, ୨୨୪ ଟି ଅଙ୍ଗନବାଡି କେନ୍ଦ୍ର ଅଛି । ଏବେ ୫୪, ୦୭୪ଟି ଅଙ୍ଗନବାଡି ନିଜସ୍ୱ ଗୃହରେ ଚାଲିଛି ।
୧୦, ୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ରକୁ ପରିବର୍ତ୍ତନ ।୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଛି କହିଲେ ଉପମୁଖ୍ୟମନ୍ତ୍ରୀ । ୧୦,୪୬୯ ଟି ଅଙ୍ଗନବାଡି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲିଛି ।

ଆଜିବି ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡ଼ା ଘରେ ଚାଲିଛି ।ଖୁବ୍ଶୀଘ୍ର ନିଜସ୍ୱ ଗୃହରେ ଚାଲିବ ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର'। ଜାଗା ନ ଥିଲେ ପଞ୍ଚାୟତିରାଜ ବିଭାଗ ସହଯୋଗରେ କିଣାଯିବ ଜାଗା ।
ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀଙ୍କ ଉତ୍ତର ।
ରାଜ୍ୟର ୧୨, ୧୪୪ଟି ଅଙ୍ଗନବାଡିକୁ ସକ୍ଷମ ଅଙ୍ଗନବାଡି କେନ୍ଦ୍ରରେ ପରିଣତ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା । ୨୦୨୪-୨୫ ଆର୍ଥିକ ବର୍ଷରେ ୫୦୫୬ ଅଙ୍ଗନବାଡି କେନ୍ଦ୍ର ସକ୍ଷମରେ ପରିଣତ । ଚଳିତ ଅତିରିକ୍ତ ବଜେଟରେ ୧୦.୯୦୦ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ୟୟବରାଦ।












Click it and Unblock the Notifications