Odisha Assembly: ୮ ମାସରେ ୨୪୮୩ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା; ଯାଜପୁରରେ ସର୍ବାଧିକ

ଗତ ୨୦୨୪ ଜୁନ୍‌ରୁ ୨୦୨୫ ଫେବ୍ରୁଆରୀ ଶେଷ ସୁଦ୍ଧା ରାଜ୍ୟରେ କେଉଁ ଜିଲ୍ଲାରେ କେତୋଟି ଅନୁସୂଚିତ ଜନଜାତି ଓ ଜାତି ନିର୍ଯାତନା ଘଟଣା ସାମ୍ନାକୁ ଆସିଛି ?

ଏହାର ପ୍ରତିକାର ପାଇଁ ସରକାର କି ପ୍ରକାର ପଦକ୍ଷେପ ନେଇଛନ୍ତି ସେ ଗୃହରେ ତଥ୍ୟ ଦେବାକୁ ପ୍ରଶ୍ନ କରିଥିଲେ ଭଣ୍ଡାରୀପଖୋରୀ ବିଧାୟକ ସଞ୍ଜୀବ ମଲ୍ଲିକ । ଏହାକୁ ନେଇ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି ।

ଗତ ୨୦୨୪ ଜୁନ୍‌ରୁ ୨୦୨୫ ଫେବ୍ରୁଆରୀ ଶେଷ ସୁଦ୍ଧା ସର୍ବମୋଟ ୨୪୮୩ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ଘଟଣା ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି । ତେବେ ଏହି ମାମଲାଗୁଡ଼ିକର ତଦନ୍ତ ଉପ ଆରକ୍ଷୀ ଅଧିକ୍ଷକ(DSP) ପାହ୍ୟାରେ କରାଯାଉଛି ।

Odisha Assembly

ସର୍ବାଧିକ ଯାଜପୁରରେ ୨୬୯, କଟକରେ ୧୫୯, ଜଗତସିଂହପୁରରେ ୧୫୭ଟି ନିର୍ଯାତନା ଘଟଣା ଘଟିଛି । ତଦନ୍ତକାରୀ ଅଫିସର ଓ ଜଣେ ରାଜସ୍ୱ ବିଭାଗର ଅଫିସରଙ୍କ ଦ୍ୱାରା ମିଳିତ ଅନୁସନ୍ଧାନ ନିର୍ଦ୍ଧାରିତ ସମୟସୀମାରେ କରାଯିବ । ପୀଡ଼ିତ ବା ପୀଡ଼ିତାଙ୍କୁ ଉପଯୁକ୍ତ ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+