Odisha Assembly: ୧୫ ମାସରେ ଭିଜିଲାନ୍ସ ହାତରେ ୧୯୯ ବାବୁ

ରାଜ୍ୟରେ ମାତ୍ର ୧୫ମାସରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ୧୯୯ ସରକାରୀ ବାବୁ । ଆଜି ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ୧୫ମାସରେ ୭୭ଟି ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ଲାଞ୍ଚ ନେବା ଅଭିଯୋଗରେ ୧୨୨ଟି ମାମଲା ରୁଜୁ ହୋଇଛି । ତେବେ ମୋଟ୍‍ ୨୦୨କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ୫ବର୍ଷରେ ୩୬୬୧ଟି ଦୁର୍ନୀତି ନିବାରଣ ମାମଲା କୋର୍ଟରେ ବିଚରାଧୀନ ରହିଛି ।

ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଥିଲେ ଯେ ୨୦୨୪ଜୁନ ମାସରୁ ଏଯାବତ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଆୟବର୍ହିଭୂତ୍ତ ସମ୍ପତ୍ତି ଠୁଲ ଓ ଲାଞ୍ଚନେବା ଅଭିଯୋଗରେ କେତୋଟି ମାମଲା ରୁଜୁ କରିଛି ଓ କେତେ ପରିମାଣରେ ସମ୍ପତ୍ତି ଆକଳନ ଜବତ କରିଛି । ଯାହାର ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

odisha assembly 199 government officer arrested by Vigilance in 15 months

ଆଜି ବି ଚାଲିପାରିଲାନି ଗୃହ, ୪ଟା ଯାଏଁ ମୁଲତବୀ ଘୋଷଣା । ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ୧୦ ମିନିଟ୍ ବି ଚାଲିଲାନି ଗୃହ କାର୍ଯ୍ୟ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ , ଗୃହକୁ ଅପରାହ୍ମ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗରେ ପ୍ରବଳ ହୋହାଲ୍ଲା କରିଛନ୍ତି ।

ଅନାସ୍ଥା ପ୍ରସ୍ତାବ ନଆସିବା ନେଇ କଂଗ୍ରେସ ପ୍ରତିବାଦ କରିଛି । ନିଜ ନିଜ ସିଟରେ ରହି ହୋହ୍ଲାଲା କରିଛନ୍ତି କଂଗ୍ରେସ ବିଧାୟକ । ସେପଟେ ପଂଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ପ୍ରସଙ୍ଗ ଉଠାଇ, ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ବିଜେଡି ସଦସ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+