Get Updates
Get notified of breaking news, exclusive insights, and must-see stories!

୧୭ ହଜାର ୪୪୦ କୋଟିର ଅତିରିକ୍ତ: କେଉଁ ବିଭାଗକୁ କେତେ ? ମହିଳା ସୁରକ୍ଷା ପାଇଁ ନୂଆ ଯୋଜନା ‘ଶକ୍ତିଶ୍ରୀ’

ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଶାସନିକ ବ୍ୟୟ ବାବଦରେ ୩,୩୮୯ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୩,୭୧୬ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୭୧ କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦରେ ୧୬୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଏଥି‌ରେ ରାଜ୍ୟ ଯୋଜନାଗୁଡ଼ିକ ପାଇଁ ୧୧,୬୪୩ କୋଟି ଟଙ୍କା, କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ୨୦୫୪ କୋଟି ଟଙ୍କା, କେନ୍ଦ୍ରୀୟ ଯୋଜନା ପାଇଁ ୧୯ କୋଟି ଟଙ୍କା, ସାମାଜିକ ସେବା ପାଇଁ ୫୯୪୮ କୋଟି ଟଙ୍କା ଓ ଅର୍ଥନୈତିକ ସେବା ପାଇଁ ୯୧୮୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ଅତିରିକ୍ତ ବଜେଟରେ ନୂଆ ଯୋଜନା 'ଶକ୍ତିଶ୍ରୀ' ଘୋଷଣା କରାଯାଇଛି। ସେଥିପାଇଁ ୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

odisha assembly

ଅତିରିକ୍ତ ବଜେଟରେ ରାଜ୍ୟ ସରକାର କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟସେବା, ମହିଳା ଓ ଶିଶୁ ସଶକ୍ତୀକରଣ, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ, ସହରାଞ୍ଚଳ ବିକାଶ, ଶିଳ୍ପ, ଭିତ୍ତିଭୂମି ବିକାଶ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ସଂସ୍କୃତି ଓ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଅତିରିକ୍ତ ବଜେଟ ପାଇଁ ପ୍ରଶାସନିକ ବ୍ୟୟ ଓ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ବୟ ଓ ଅର୍ଥ ସମର୍ପଣ ଜରିଆରେ ବ୍ୟବସ୍ଥା କରାଯିବ। ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ଜାତୀୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠିରେ ଉପଲବ୍ଧ ରାଶି ଦ୍ବାରା ମଧ୍ୟ ଭରଣା କରାଯିବ। ଅତିରିକ୍ତ ବଜେଟରେ ୧୭,୪୪୦ କୋଟି ଟଙ୍କାରୁ ୧୨୩୨ କୋଟି ଟଙ୍କା ସହବନ୍ଧିତ ସମ୍ବଳ ମାଧ୍ୟମରେ ଓ ଅବଶିଷ୍ଟ ରାଶି ବର୍ଷ ଶେଷରେ ପାଣ୍ଠି ସମର୍ପଣ ମାଧ୍ୟମରେ ପୂରଣ କରାଯିବ ବୋଲି ସେ କହିଛନ୍ତି।

Additional budget of Rs 10,000 crore: ୧୦ହଜାର କୋଟିର ଅତିରିକ୍ତ ବଜେଟ୍! ମନ୍ତ୍ରିପରିଷଦ ବୈଠକରେ ଚିଠା ବଜେଟ୍‌ରେ ମୋହର

Chief Secretary reviews budget: ଆୟବ୍ୟୟର ସମୀକ୍ଷା କଲେ ମୁଖ୍ୟ ସଚିବ: ଖର୍ଚ୍ଚ ୧୩%, ରାଜସ୍ବ ଆୟ ୭.୨% ବଢ଼ିଛି

ରାଜ୍ୟର ଲୋକପ୍ରିୟ ଯୋଜନା ସୁଭଦ୍ରା ପାଇଁ ଅତିରିକ୍ତ ବଜେଟରେ ୨୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଧାନ କ୍ରୟ ପାଇଁ ରିଭଲ୍‌ଭିଂ ପାଣ୍ଠି ବାବଦରେ ୩୦୦୦ କୋଟି ଟଙ୍କା ଦିଆଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ପାଇଁ ୧୩୨୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଚାଷୀଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନ୍‌ପୁଟ୍‌ ସହାୟତା ପାଇଁ ୮୫୦ କୋଟି ଟଙ୍କା ଦିଆଯାଇଛି। ସେହିପରି ମମତା ଯୋଜନା ପାଇଁ ୧୪୨ କୋଟି ଟଙ୍କା, ମିସନ୍‌ ଶକ୍ତିକୁ ୪୦୫ କୋଟି, ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ୨୦୦ କୋଟି, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ଲାଗି ୯୫୪ କୋଟି, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୪୦ କୋଟି, ପାଇପ୍‌ ଜଳଯୋଗାଣ ପାଇଁ ୧୧୬ କୋଟି, ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୫୭ କୋଟି, ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ ପାଇଁ ୪୦ କୋଟି, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ଗ୍ରାହକ କଲ୍ୟାଣ ପାଇଁ ୪୩୨୯ କୋଟି, ଶିକ୍ଷା କ୍ଷେତ୍ରକୁ ୨୩୨୭ କୋଟି, ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୫୮୮ କୋଟି, ସ୍ବାସ୍ଥ୍ୟ କ୍ଷେତ୍ରକୁ ୧୧୬୪ କୋଟି, ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି, ଶିଳ୍ପ ବିକାଶକୁ ୩୩୭ କୋଟି ଏବଂ ଓଡ଼ିଆ ଭାଷା ସାହିତ୍ୟ ପାଇଁ ୩୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଜିଲ୍ଲା ପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅତିରିକ୍ତ ବଜେଟ୍‌ରେ ୪୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ୫ କୋଟି ଟଙ୍କା ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ୧୪ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ୧୩ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ରାସ୍ତା ଓ ସେତୁଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି ଟଙ୍କାର ବ୍ୟବସ୍ଥା‌ କରାଯାଇଛି। ଚାଷୀମାନଙ୍କ କଲ୍ୟାଣ ପାଇଁ ପ୍ରାଣୀସମ୍ପଦ ସମୃଦ୍ଧି ଯୋଜନାକୁ ୧୩୭ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ୯୧ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ ୧୧୭ କୋଟି ଟଙ୍କା, ଚାଷୀଙ୍କୁ ଋଣ ଛାଡ଼ ଲାଗି ସମବାୟ ବ୍ୟାଙ୍କ ଓ ପ୍ୟାକ୍ସଗୁଡ଼ିକ ପାଇଁ ୩୦୦ କୋଟି ଟଙ୍କାର ବ୍ୟୟବରାଦ ଧାର୍ଯ୍ୟ କରାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପାଇଁ ୯୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ୫୦ କୋଟି, ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୧୩ କୋଟି, ଏସ୍‌ସିବି ମେଡିକାଲ କଲେଜରେ ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ମହିଳା ଓ ଶିଶୁ ସଶକ୍ତୀକରଣକୁ ଦୃଷ୍ଟିରେ ରଖି ମମତା ଯୋଜନାକୁ ୧୪୨ କୋଟି ଟଙ୍କା, କର୍ମଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ବାବଦରେ ୪୧ କୋଟି ଟଙ୍କା, ଯଶୋଦା-ଆଶୀର୍ବାଦ ଅଧୀନରେ ୧୧ କୋଟି ଟଙ୍କା, ଶକ୍ତି ସଦନ (ସାମର୍ଥ୍ୟ) ପାଇଁ ୩୩ କୋଟି ଟଙ୍କା ଓ ଜାତୀୟ ଗ୍ରାମୀଣ ଜୀବିକା ମିସନ୍‌କୁ ୪୨୬ କୋଟି ଟଙ୍କା ଦିଆଯାଇଛି।

ପିଏମ୍ ପୋଷଣ ଅଧୀନରେ ୩୯୨ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି, ସମଗ୍ର ଶିକ୍ଷାରେ ରାଜ୍ୟ ସହାୟତା ବାବଦକୁ ୩୦୭ କୋଟି, ପଞ୍ଚଶଖା ଶିକ୍ଷାସେତୁ ଯୋଜନା ପାଇଁ ୫୧ କୋଟି ଏବଂ କ୍ରୀଡ଼ା ପାଇଁ ୩୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୨୧୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ପାଇଁ ୧୪୭ କୋଟି ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ନିର୍ମାଣ ପାଇଁ ୩୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜଙ୍ଗଲ ଓ ପରିବେଶ କ୍ଷେତ୍ରରେ ବୃକ୍ଷରୋପଣ କ୍ଷତିପୂରଣ ପାଣ୍ଠି ପାଇଁ ୨୪୨ କୋଟି ଟଙ୍କା, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୮୦ କୋଟି ଟଙ୍କା, ଇକୋ ଟୁରିଜିମ୍ ବିକାଶ ପାଇଁ ୮୦ କୋଟି ଟଙ୍କା, ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ପାଇଁ ୨୫ କୋଟି ଟଙ୍କା, ହାତୀ ଚଲାପଥ ପରିଚାଳନା ପାଇଁ ୨୫ କୋଟି ଟଙ୍କା, ଗ୍ରିନ୍ କ୍ଲାଇମେଟ୍‌ ପାଣ୍ଠିକୁ ୩୧ କୋଟି ଟଙ୍କା, ସବୁଜ ମହାନଦୀ ମିସନ୍‌କୁ ୨୯ କୋଟି ଟଙ୍କା ଓ ରାଜ୍ୟରେ ସବୁଜିମା ବଢ଼ାଇବା ପାଇଁ ଅତିରିକ୍ତ ବଜେଟ୍‌ରେ ୧୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାକୁ ୧୦୦ କୋଟି ଟଙ୍କା, ସଂସ୍କୃତି ନିର୍ଦ୍ଦେଶାଳୟକୁ ୩୦ କୋଟି ଟଙ୍କା, କଳାମଣ୍ଡଳ ପାଇଁ ୯୦ କୋଟି ଟଙ୍କା, ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହନ ପାଇଁ ୬୦ କୋଟି ଟଙ୍କା, ରବୀନ୍ଦ୍ର ମଣ୍ଡପ ଓ କଳା ମଣ୍ଡପର ନବୀକରଣ ପାଇଁ ୧୦ କୋଟି ଟଙ୍କା, ରାଜ୍ୟ ସଂଗ୍ରହାଳୟ ଓ ଗବେଷଣା ପାଇଁ ୬ କୋଟି ଟଙ୍କା, ପର୍ଯ୍ୟଟନ ସୂଚନା ଓ ପ୍ରସାର ପାଇଁ ୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ୧୦୦ କୋଟି ଟଙ୍କା, ଅମୃତ ପ୍ରକଳ୍ପ ୨.୦ ପାଇଁ ୬୪ କୋଟି ଟଙ୍କା, ସୁଜଳ ଯୋଜନାକୁ ୫୦ କୋଟି ଟଙ୍କା, ବର୍ଷା ଜଳ ନିଷ୍କାସନ ପାଇଁ ୩୦ କୋଟି ଟଙ୍କା ଓ ଆହାର ଯୋଜନାକୁ ୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+