Odisha Assembly: ୧୭ ସରକାରୀ ବିଶ୍ବବିଦ୍ୟାଳୟରେ ୧୩୫୩ ଅଧ୍ୟାପକ ପଦବୀ ଖାଲି
୧୭ ସରକାରୀ ବିଶ୍ବବିଦ୍ୟାଳୟରେ ୧୩୫୩ ଅଧ୍ୟାପକ ପଦବୀ ଖାଲି । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର ।
୨୦୨୭ଟି ସ୍ଥାନରେ ମାତ୍ର ୬୭୪ ଅଧ୍ୟାପକ ଓ ଅଧ୍ୟାପିକା ଅଛନ୍ତି । ୯୬୫ଟି ଅତିଥି ଅଧ୍ୟାପକରେ କାମ ଚଳାଉଛନ୍ତି ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗରେ ୨୦୮୧ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ରେଭେନ୍ସା ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ସର୍ବାଧିକ ପଦ ଖାଲି ପଡ଼ିଛି । ରେଭେନ୍ସାରେ ୧୬୧ ଓ ଉତ୍କଳରେ ୧୩୩ ପଦବୀ ଖାଲିପଡ଼ିଛି ।
ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶୁକ୍ରବାର ଗୃହର ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରାଯାଇଛି। ବିରୋଧୀ ଏବଂ ଶାସକ ଦଳର ବିଧାୟକମାନେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି। ଏପରିକି ଦରମା ବୃଦ୍ଧି ସହ ପୂର୍ବତନ ସଦସ୍ୟଙ୍କ ପେନସନ ଦାବି କରାଯାଇଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ବର୍ତ୍ତମାନ ବଜାର ଦର ବଢ଼ିଛି । ଅନେକ ପୂର୍ବତନ ବିଧାୟକ ପେନସନ ବଢ଼ାଇବା ପାଇଁ ଲବିକୁ ଆସିଛନ୍ତି । ମେଡ଼ିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉ ନାହିଁ ବୋଲି ପ୍ରମିଳା କହିଥିଲେ।
ଏହି ଅବସରରେ ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇ ରିପୋର୍ଟ ଦିଆଯାଇଛି। ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରାଯାଇଛି। ବିଧାୟକଙ୍କ ଦରମା ବଢିବା ଆବଶ୍ୟକ ରହିଛି। ୨୦୧୭ରେ ଶେଷ ଥର ପାଇଁ ଦରମା ବଢି ଥିଲା। ୨୦୨୫ ହେଲାଣି ଦରମା ବଢିବା ଦରକାର ବୋଲି ପ୍ରମିଳା କହିଛନ୍ତି।
ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ଦାବିକୁ ଦୋହରାଇଛନ୍ତି ଭାଜପା ବିଧାୟକ । ଭାଜପା ବିଧାୟକ ପୂର୍ଣ୍ଣ ସେଠୀ ମଧ୍ୟ ସମାନ ଦାବି ଉଠାଇ କହିଛନ୍ତି, ମୁଁ ପୂର୍ବତନ ବିଧାୟକ ଭାବେ ଭୁକ୍ତଭୋଗୀ। କେତେ ଅସୁବିଧା ହେଉଛି ମୁଁ ନିଜେ ଅନୁଭବ କରିଛି । ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି କିନ୍ତୁ ବିଧାୟକଙ୍କ ପାଇଁ କେହି ନାହାନ୍ତି। କେବଳ ଆମର ମଢେଇ କମିଟି ସାହା ଭରସା । ତେଣୁ ମୁଁ ଦାବି କରୁଛି ବାଚସ୍ପତି ଭାସ୍କର ମଢେଇଙ୍କ କମିଟିର ସୁପାରିସକୁ ଗ୍ରହଣ କରି ସରକାର ଜୁନ ମାସରୁ ପିଛିଲା ଭାବେ ଦରମା ବୃଦ୍ଧି ଲାଗୁ କରନ୍ତୁ ବୋଲି ସେ କହିଛନ୍ତି।












Click it and Unblock the Notifications