Odisha Assembly: ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ
ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ । ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହେଲେ । ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।
କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ। ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ ନିଲମ୍ବିତ। ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ ନିଲମ୍ବିତ।
ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମୀ ନିଲମ୍ବିତ । ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ମଧ୍ୟ ନିଲମ୍ବିତ ।
ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ଛାଡ଼ି ଅନ୍ୟ ସମସ୍ତେ ନିଲମ୍ବିତ ହୋଇଛନ୍ତି ।

ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାର ଅଧିକ
ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାର ଅଧିକ । ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାର ଅଧିକ ।
ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାଛଡ଼ା ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧,୪୦,୧୨୬ଜଣ ପ୍ରସବ କରିଛନ୍ତି । ମୋଟ ୧,୪୦,୧୨୬ ପ୍ରସବରୁ ୧,୧୩, ୫୯୮ ଅସ୍ତ୍ରୋପଚାର ଜନିତ ପ୍ରସବ ।
୨୦୨୩-୨୪ରେ ଅସ୍ତ୍ରୋପଚାର ଜନିତ ପ୍ରସବ ହାର ୮୧.୦୬ ପ୍ରତିଶତ । ସରକାରୀ ହସ୍ପିଟାଲରେ ୨୦୨୩-୨୪ରେ ୫,୯୧,୧୮୫ଜଣ ପ୍ରସବ କରିଛନ୍ତି । ସେଥୁମଧ୍ୟରୁ ମାତ୍ର ୧,୯୫,୫୭୮ ଅସ୍ତ୍ରୋପଚାର ଜନିତ ପ୍ରସବ ।୨୦୨୩-୨୪ରେ ଅସ୍ତ୍ରୋପଚାର ଜନିତ ପ୍ରସବ ହାର ୩୩.୦୮ ପ୍ରତିଶତ












Click it and Unblock the Notifications