ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ: ଗଣଶିକ୍ଷା ମନ୍ତ୍ରୀ
ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅନ୍ୟ ଏକ ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି, ବନ୍ଦ ଥିବା ସ୍କୁଲକୁ ପୁଣି ଖୋଲାଯିବ। ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୪୦ ଜଣ ପିଲା ଥିଲେ, ସ୍କୁଲ ଖୋଲିବାର ବ୍ୟବସ୍ଥା ରହିଛି। ତେଣେ ନନ୍ ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୨୦ ଜଣ ପିଲା ଥିଲେ, ସ୍କୁଲ ଖୋଲାଯିବ। ପୂର୍ବ ବିଜେଡି ସରକାର ତରବରିଆ ଭାବେ ୫୬୩୨ଟି ସ୍କୁଲକୁ ମିଶ୍ରଣ କରାଯାଇଥିଲା।

Click it and Unblock the Notifications