ସମଗ୍ର ରାଜ୍ୟରେ ଆଦର୍ଶ ଆଚରଣ ସଂହିତା ଲାଗୁ; ପ୍ରତ୍ୟେକ ମତଦାନ କେନ୍ଦ୍ର ଜଣେ ପ୍ରିଜାଇଡିଂ ଏବଂ ୫ ଜଣ ପୋଲିଂ ଅଫିସର

ଏକକାଳୀନ ସାଧାରଣ ନିର୍ବାଚନ ଘୋଷଣା ହେବା ସହିତ ଆଦର୍ଶ ଆଚରଣ ସଂହିତା ତୁରନ୍ତ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଆଦର୍ଶ ଆଚରଣ ସଂହିତାର ସମସ୍ତ ନିୟମ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପାଇଁ ଲାଗୁ ହେବ ।

ଆଦର୍ଶ ଆଚରଣ ସଂହିତାର ମାର୍ଗଦର୍ଶିକାଗୁଡ଼ିକର କଡ଼ାକଡ଼ି କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି । ଏହି ମାର୍ଗଦର୍ଶିକାର କୌଣସି ପ୍ରକାର ଉଲଂଘନକୁ କଠୋର ଭାବେ ନିୟନ୍ତ୍ରଣ କରାଯିବ ।

ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ୨୧ ଜଣ ରିଟଣ୍ଡିଂ ଅଫିସର (ବିଧାନସଭା), ୧୩୧ ଜଣ ରିଟଣ୍ଡିଂ ଅଫିସର (ବିଧାନସଭା) ଏବଂ ୨୯୪ ଜଣ ସହକାରୀ ରିଟର୍ଣ୍ଣି ଅଧିକାରୀ (ବିଧାନସଭା)ଙ୍କୁ ନିଯୁକ୍ତ କରାଯାଇଛି ଏବଂ ତାଲିମ ଦିଆଯାଇଛି । ଏହା ବ୍ୟତୀତ ସାରା ରାଜ୍ୟରେ ମତଦାନ କେନ୍ଦ୍ରରେ ନିୟୋଜିତ ହେବା ପାଇଁ ପ୍ରାୟ ୨.୭୦ ଲକ୍ଷ ମତଦାନ କର୍ମଚାରୀ (୨୦% ରିଜର୍ଭ ସମେତ)ଙ୍କୁ ତାଲିମ ଦିଆଯାଉଛି । ପ୍ରତ୍ୟେକ ମତଦାନ କେନ୍ଦ୍ର ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ ଜଣ ପୋଲିଂ ଅଫିସରଙ୍କ ଦ୍ଵାରା ପରିଚାଳିତ ହେବ ।

odisha assemble election 2024

ସେହିପରି ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚର ପ୍ରଭାବଶାଳୀ ନିରୀକ୍ଷଣ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ବିସ୍ତୃତ ନିର୍ଦ୍ଦେଶ ନାମା
ଜାରି କରାଯାଇଛି । ମୁକ୍ତ ଓ ଅବାଧ ନିର୍ବାଚନ ନିମନ୍ତେ ସମସ୍ତ ସଂପୃକ୍ତ କେନ୍ଦ୍ର/ରାଜ୍ୟ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ଅର୍ଥ/ମଦ/ମାଗଣା ଉପହାର ପରି ପ୍ରଲୋଭନଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି ।

ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ଦ୍ଵାରା ନିର୍ବାଚନ ଖର୍ଚ୍ଚର ସର୍ବାଧ‌ିକ ସୀମା ୪୦.୦୦ ଲକ୍ଷ ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୯୫.୦୦ ଲକ୍ଷ ଟଙ୍କା ରଖାଯାଇଛି ।

ଇଲେକ୍‌ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଦ୍ଵାରା ନିର୍ମିତ ଏମ୍‌୩ ମଡେଲର ପର୍ଯ୍ୟାପ୍ତ ସଂଖ୍ୟକ ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ ରାଜ୍ୟରେ ଉପଲବ୍ଧ ରହିଛି ।
ଜାନୁଆରୀ-ଫେବୃଆରୀ, ୨୦୨୪ ମଧ୍ୟରେ ମୋବାଇଲ୍ ପ୍ରଦର୍ଶନ ଭ୍ୟାନ୍ ଏବଂ ଇଭିଏମ୍ ପ୍ରଦର୍ଶନ କେନ୍ଦ୍ର ମାଧ୍ୟମରେ ଇଭିଏମ୍ ସଚେତନତା ଅଭିଯାନ କରାଯାଇଥିଲା ଯେଉଁଥିରେ ଜନସାଧାରଣ ଅଂଶଗ୍ରହଣ କରିଥିଲେ ଏବଂ ଇଭିଏମ୍ ଭୋଟିଂ ନେଇ ଅଭିଜ୍ଞତା ହାସଲ କରିଥିଲେ । ୧୫ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଏହି ମକ୍ ଡ୍ରିଲ୍‌ରେ ଅଂଶଗ୍ରହଣ କରିଥିଲେ ।

ପ୍ରତିଯୋଗୀ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ ହେବା ପରେ ଇଭିଏମ୍ କମିଶନ ହେବ ଯେଉଁଠାରେ ବାଲାଟ୍ ୟୁନିଟ୍ ଉପରେ ବାଲାଟ୍ ପେପର ସ୍ଥାପନ କରାଯିବ । ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧୀମାନେ ଇଭିଏମ୍‌ର ପ୍ରଥମ ରାଣ୍ଡୋମାଇଜେସନ୍‌ରେ ଅଂଶଗ୍ରହଣ କରିବେ, କିମ୍ବା ସେମାନଙ୍କର ପ୍ରତିନିଧୀମାନେ ଇଭିଏମ୍‌ଗୁଡିକର କମିଶନିଂ ସମୟରେ ଉପସ୍ଥିତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+