ବିଧାନସଭାର ମୌସୁମୀ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ , ୧୮ରୁ ୨୫ ଚାଲିବ ବିଧାନସଭା
ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ଡାକିଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ।
ବିଧାନସଭାକୁ ସୁରୁଖୁରରେ ଚଲାଇବା ପାଇଁ ବୈଠକ ଡାକିଛନ୍ତି ବାଚସ୍ପତି। ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ । ଏଥର ବିଧାନସଭା ମୌସୁମୀ ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ।
ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ । ଆସନ୍ତାକାଲି ପୃଥକ ସ୍ଥାନରେ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ବୈଠକ । ସରକାରଙ୍କୁ ଶାଣିତ ଆକ୍ରମଣ କରିବାକୁ ଯୋଜନା କରିବେ ଉଭୟ ବିଜେଡି ଓ କଂଗ୍ରେସ । ସରକାରଙ୍କୁ ଶାଣିତ ଆକ୍ରମଣ କରିବାକୁ ଯୋଜନା କରିବେ ଉଭୟ ବିଜେଡି ଓ କଂଗ୍ରେସ ।
ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଥିବାରୁ ଏହି ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି । ଉଭୟ ବିରୋଧୀ ଓ ଶାସକଙ୍କ ପାଇଁ ଏହି ଅଧିବେଶନ ବେଶ୍ ଗୁରୁତ୍ବ ବହନ କରୁଛି । ବିଧାନସଭା ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି ।
ଅଧିବେଶନଟି ସଂକ୍ଷିପ୍ତ ହେଲେ ବି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଜୋରଦାର୍ ରଣନୀତି ପ୍ରସ୍ତୁତ କରୁଛନ୍ତି। ୧୭ରେ ଉଭୟ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ପୃଥକ ପୃଥକ ଭାବେ ବସିବ । ଏଥିରେ କେଉଁ କେଉଁ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରାଯିବ ସେନେଇ ଆଲୋଚନା ହେବ । ଆସନ୍ତା ଅଧିବେଶନରେ ଦୁଇ ବିରୋଧୀ ଦଳ ମୁଖ୍ୟତଃ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ସାର ସମସ୍ୟା, ଧାନ କିଣାରେ ବିଭ୍ରାଟ, ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଅଶାନ୍ତ, ରଥଯାତ୍ରା ବିଭ୍ରାଟ ଭଳି ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି । ୧୭ତାରିଖ ଅପରାହ୍ନ ୫ଟାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ନୂଆଦିଲ୍ଲୀରେ ଅଛନ୍ତି। ତେଣୁ ଏହି ବୈଂକରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିପାରନ୍ତି । ସେହିପରି ୧୭ରେ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଦାସଙ୍କ ଉପସ୍ଥିତିରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିବ । ଗତ ବିଧାନସଭା ଅଧିବେଶନରେ କଂଗ୍ରେସର ସବୁ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବାରୁ ଏଥର କଂଗ୍ରେସ କି ରଣନୀତି କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ୧୭ ତାରିଖରେ ବସିବାର ସମ୍ଭାବନା ରହିଛି ।
।

୧୭ ତାରିଖରେ ବିଜେପି ବିଧାୟକମାନଙ୍କ ବୈଠକ ବସିବା ସମ୍ଭାବନା।। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଉପସ୍ଥିତ ରହିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। BJP ସା. ସମ୍ପାଦକ (ସଂଗଠନ) ମାନସ ମହାନ୍ତି ମଧ୍ୟ ଉପସ୍ଥିତ ରହିବେ ।












Click it and Unblock the Notifications