ଦିଲ୍ଲୀରେ ଝଲସିଲା ଓଡ଼ିଶା କଳା ଓ ସଂସ୍କୃତି ; ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପାଭିଲିୟନକୁ ରୌପପଦକ

ଦିଲ୍ଲୀ ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବୁଧବାର ଉଦଯାପନୀ ଦିବସ। ମେଳାରେ ଭାରତର ବିଭିନ୍ନ ରାଜ୍ୟର କଳା ସଂସ୍କୃତି ଏବଂ ବାଣିଜ୍ୟକୁ ପ୍ରଦର୍ଶିତ କରାଯାଉଥିବାବେଳେ ଏଥିରେ ସ୍ଥାନ ପାଇଛି ଓଡ଼ିଶା ପାଭିଲିୟନ। ଆଉ ଓଡ଼ିଶା ପାଭିଲିୟନରେ ପ୍ରତିଫଳିତ ହୋଇଥିବା ବିକଶିତ ଓଡ଼ିଶାର ଛବି ପାଇଁ ମିଳିଛି ରୌପପଦକ। ପଦକ ଗ୍ରହଣ କରିଛନ୍ତି ଦିଲ୍ଲୀ ସ୍ଥିତ ଓଡ଼ିଶା ଆବାସିକ ଆୟୁକ୍ତ।

Pavilion

ସୂଚନାଥାଉକି, ନଭେମ୍ବର ୧୭ରୁ ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଥିଲା ୪୩ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ବା IITF । ଏହି ମେଳାରେ ଭାରତର ବିଭିନ୍ନ ରାଜ୍ୟର କଳା ସଂସ୍କୃତି ଏବଂ ବାଣିଜ୍ୟକୁ ପ୍ରଦର୍ଶିତ କରାଯାଉଥିବାବେଳେ ମେଳାରେ ସ୍ଥାନ ପାଇଥିଲା ଓଡ଼ିଶା ପାଭିଲିୟନ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ମେଳାରେ ଓଡ଼ିଶା ପାଭିଲିୟନର ଷ୍ଟଲ ଉଦ୍‌ଘାଟନ କରିଥିଲେ। ବିକଶିତ ଭାରତ @୨୦୨୪ ଥିମ୍‌ରେ ଆରମ୍ଭ ହୋଇଥିବା ଏହି ଭାରତ ଆନ୍ତର୍ଜାତୀୟ ମେଳାର ଓଡ଼ିଶା ପାଭିଲିୟନରେ ମଧ୍ୟ ପ୍ରତିଫଳିତ ହୋଇଥିଲା ବିକଶିତ ଓଡ଼ିଶାର ଛବି।

ଭାରତ ମଣ୍ଡପମରେ ୬୦୦ ବର୍ଗ ମିଟର ଅଞ୍ଚଳରେ ଓଡ଼ିଶାର ପାଭିଲିୟନ କରାଯାଇଥିବାବେଳେ ଏଥିରେ ଓଡ଼ିଶାର ୨୫ଟି ଷ୍ଟଲ୍ ରହିଥିଲା। ଯେଉଁଥିରେ ଓଡ଼ିଶାର ମହିଳା ସଶକ୍ତିକରଣ, ମିଶନ ଶକ୍ତି, ଓରମାସ, କଫି, ଫିଲିଗିରି କାମ, କରୁଣା ଶାଢ଼ୀ, କଳା ଓ ସଂସ୍କୃତି ଏବଂ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଛି। ମୁକ୍ତେଶ୍ଵର ମନ୍ଦିର ଏବଂ ରତ୍ନଗିରିର କାରୁକାର୍ଯ୍ୟରେ ପାଭିଲିୟନ ଗେଟ ତିଆରି କରାଯାଇଛି। ଏହି ମେଳା ମାଧ୍ୟମରେ ଓଡ଼ିଶାକୁ ପର୍ଯ୍ୟଟନ ଏବଂ ବାଣିଜ୍ୟ ବୃଦ୍ଧି ପାଇବା ସହ ଏହା ଓଡ଼ିଶା ବିକାଶ ପାଇଁ ମାଇଲଷ୍ଟୋନ ହେବା ଲକ୍ଷ୍ୟ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+