ଓଡ଼ିଶା ଆପାର୍ଟମେଣ୍ଟ ବିଲ୍-୨୦୨୩ ବିଧାନସଭାରେ ଗୃହୀତ, ଜାଣନ୍ତୁ କ'ଣ ରହିଛି ନୂଆ ନିୟମ ?

ଭୁବନେଶ୍ଵର: ସଂଶୋଧିତ ବିଲ୍‌ରେ ଆପାର୍ଟମେଣ୍ଟର ସାର୍ବଜନୀନ ଅଞ୍ଚଳକୁ ଗୃହକ୍ରେତା ସଂଘ ନାମରେ ରେକର୍ଡ କରାଯିବ । ୩୦ ବର୍ଷର ପୁରୁଣା ନିର୍ମିତ ଆପାର୍ଟମେଣ୍ଟକୁ ବୀମା କରିବା ପୂର୍ବରୁ ଯାଞ୍ଚ କରାଯିବାର ବ୍ୟବସ୍ଥା ରହିବ ।

ପ୍ରତ୍ୟେକ ଆପାର୍ଟମେଣ୍ଟ ସମିତି କିମ୍ବା ମାଲିକ ସଂଘ ଅଗ୍ନିକାଣ୍ଡ ଓ ଦୁର୍ବିପାକ ବୀମା କରାଇବେ। ନିୟମ ଉଲ୍ଲଂଘନ ହେଲେ ପ୍ରମୋଟର କିମ୍ବା ବିଲଡର ପାଞ୍ଚ ଲକ୍ଷ ଟଙ୍କା ଜରିମାନା ଗଣିବେ ।

ରିଅଲ୍ ଇଷ୍ଟେଟ୍ ଅଧିନିୟମ, ୨୦୧୬ ପ୍ରଣୀତ ହେବା ପରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ରେ ଅନେକଗୁଡିଏ ସଂଶୋଧନ ଆବଶ୍ୟକ ହେଉଥିଲା । ତେଣୁ ଏହି ବିଲ୍ ପାରିତ ହୋଇଛି ।

odisha_assembly

ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ ୧୯୮୨ରେ ପ୍ରଣୟନ କରାଯାଇଥିଲା । ୦୧.୦୫.୧୯୮୪ ରିଖରେ ଏହା ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨ ବିଜ୍ଞାପିତ ହୋଇଥିଲା। ଏଥିରେ ତ୍ରୁଟି ଥିଲା ବୋଲି ଅନୁଭୂତ ହୋଇଥିଲା ।ଆପାର୍ଟମେଣ୍ଟ ମାଲିକମାନଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଏଥିରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା।

ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ଆଜି ବିଧାନସଭାରେ ପାରିତ ହୋଇଛି । ସଂଶୋଧିତ ବିଲ୍‌ ଅନୁସାରେ ...

୧. ଏକ ଆପାର୍ଟମେଣ୍ଟରେ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନିୟନ୍ତ୍ରଣ କରିବା।

୨. ଏକ ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା।

୩. ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବା।

୪. ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରିବା।

୫. ପୃଷ୍ଠପୋଷକମାନଙ୍କର ଦାୟିତ୍ୱ କୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା।

୬. ପ୍ରତ୍ୟେକ ଆପାର୍ଟମେଣ୍ଟ ମାଲିକଙ୍କର ଆପାର୍ଟମେଣ୍ଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବା।

୭. ଆପାର୍ଟମେଣ୍ଟ ମାଲିକମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରିବା।

୮. ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିବା ।

୯. ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥକୁ ଉପଯୁକ୍ତ ଭାବେ ସୁରକ୍ଷା ଯୋଗାଇବା ପାଇଁ ଅଧିନିୟମ, ନିୟମ ଏବଂ ନିୟମାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+