ଆସନ୍ତା ୭ରେ ପୁଣି ଏକ ଲଘୁଚାପ ଆଶଙ୍କା
ଆସନ୍ତା ନଭେମ୍ବର ୫ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୭ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ । କିଛି ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୫ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୭ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ । କିଛି ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।

ସେ କହିଛନ୍ତି ଯେ ଲଘୁଚାପ ହେଲେ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୁଏ, ହେଲେ ବର୍ତ୍ତମାନ ବାତ୍ୟା କଥା କହିବା ମୁସ୍କିଲ । କିନ୍ତୁ ଦୁଇଟି ମଡେଲ କହୁଛନ୍ତି ଯେ ଘୂର୍ଣ୍ଣିବଳୟ ହେବାକୁ ଯାଉଛି । ହେଲେ ତା ପରବର୍ତ୍ତୀ ସମୟରେ କ'ଣ ହେବ କୌଣସି ମଡେଲ ଆକଳନ କରିନାହାନ୍ତି ।
ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲାଗି ରହିଛି । ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୧୨ ଓ ଫୁଲବାଣୀରେ ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ରାଜ୍ୟରେ ଅଧିକାଂଶ ସ୍ଥାନରେ ନଭେମ୍ବର ୧-୪ ଭିତରେ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ବଢ଼଼ି ୮ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୪ରୁ ସର୍ବାଧିକ ତାପମାତ୍ରା ୬ ସୁଦ୍ଧା ୨-୩ ଡିଗ୍ରୀ ବଢ଼଼ିବ। ତେଣୁ କାର୍ତ୍ତିକ ପୂର୍ଣ୍ଣିମାରେ ବିଶେଷ ଶୀତ ରହିବ ନାହିଁ ବୋଲି ଆଶଙ୍କା କରାଯାଉଛି ।












Click it and Unblock the Notifications