ଅଧିକ ବିଦେଶୀ ଛାତ୍ର ପଢ଼ୁଥିବା ୧୦ଟି ରାଜ୍ୟ ତାଲିକାରେ ଓଡ଼ିଶା

ଓଡ଼ିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ। ଅଧିକ ବିଦେଶୀ ଛାତ୍ର ପଢ଼ୁଥିବା ୧୦ଟି ରାଜ୍ୟ ତାଲିକାରେ ଓଡ଼ିଶା ସ୍ଥାନ ପାଇଛି। କୋଲକାତା, ହାଇଦ୍ରାବାଦ ଓ ତେଲଙ୍ଗାନା ଭଳି ସ୍ଥାନରେ ଅନେକ ଖ୍ୟାତନାମା ଉଚ୍ଚଶିକ୍ଷାନୁଷ୍ଠାନ ଥିଲେ ବି ଓଡ଼ିଶା ସେମାନଙ୍କୁ ପଛରେ ପକାଇ ଏହି ଗୌରବ ହାତେଇଛି । 'ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତୀୟକରଣ' କୁ ନେଇ ନୀତି ଆୟୋଗ ପ୍ରକାଶ କରିଥିବା ରିପୋର୍ଟରେ ଓଡି଼ଶାକୁ ବିଦେଶୀ ଛାତ୍ର ଆକୃଷ୍ଟ ହେଉଥିବା ନେଇ ଉତ୍ସାହଜନକ ତଥ୍ୟ ରଖିଛି । ୨୦୨୧-୨୨ ମସିହାରେ ୨୩୨୦ ଜଣ ବିଦେଶୀ ଛାତ୍ର ଉଚ୍ଚଶିକ୍ଷା ପାଇଁ ରାଜ୍ୟକୁ ଆସିଛନ୍ତି । ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ନାତକ, ସ୍ନାତକୋତ୍ତର, ପିଏଚ୍‌ଡିରେ ନାମ ଲେଖାଇଥିଲେ । ଅନ୍ୟ ରାଜ୍ୟଗୁଡ଼ିକୁ ପଛରେ ପକାଇ ବିଦେଶୀ ଛାତ୍ରଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଛନ୍ତି ଓଡ଼ିଶା ଓ ହରିୟାଣା । ଓଡ଼ିଶାରେ ଏବେ ୨୩୬୨ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଟେକ୍‌ରେ ସର୍ବାଧିକ ୨ ହଜାର ୨୨୧ ଛାତ୍ରଛାତ୍ରୀ ପଢୁଛନ୍ତି।

students

ଟପ୍ ରେ ଏହି ରାଜ୍ୟ

ଦେଶରେ ଉଚ୍ଚଶିକ୍ଷାକୁ ନେଇ ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟର ୧୦ଟି ଶିକ୍ଷାନୁଷ୍ଠାନକୁ ନେଇ ସର୍ଭେ କରିଥିଲା । ୨୦୧୨-୨୦୨୨ ମସିହା ଭିତରେ ପର୍ଯ୍ୟାୟକ୍ରମେ ଏହି ସର୍ଭେ ହୋଇଥିଲା । ଏଥିରେ ଆଇଜର, ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ ସ୍ୱୟଂଶାସିତ ମହାବିଦ୍ୟାଳୟ ଭଳି ପ୍ରତିଷ୍ଠିତ ସରକାରୀ ଶିକ୍ଷାନୁଷ୍ଠାନ ଓ କିଛି ଘରୋଇ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଥିଲା । ସର୍ଭେର ତଥ୍ୟକୁ ନେଇ ନୀତି ଆୟୋଗ ସ୍ୱତନ୍ତ୍ର ରିପୋର୍ଟ ପ୍ରକାଶ କରିଛି । ସର୍ବାଧିକ ବିଦେଶୀ ଛାତ୍ର ପଢ଼ୁଥିବା ରାଜ୍ୟ ତାଲିକାର ଶୀର୍ଷରେ ରହିଛି କର୍ଣ୍ଣାଟକ। ଏଠାରେ ୫୯୫୪ ଜଣ ବିଦେଶୀ ଛାତ୍ର ପଢ଼ିଥିଲେ । ୫୮୪୭ ଜଣ ଛାତ୍ରଙ୍କୁ ପଢ଼ାଇ ପଞ୍ଜାବ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୪୮୧୮ଜଣ ଛାତ୍ରଙ୍କ ସହ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହିଛି।

ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଭୁବନେଶ୍ଵର ମଡେଲ୍

ସେହିପରି ଓଡ଼ିଶା ୯ମ ସ୍ଥାନରେ ରହିଛି। ଅଧିକାଂଶ ଛାତ୍ରଛାତ୍ରୀ ରାଜଧାନୀ ଭୁବନେଶ୍ଵରରେ ଥିବା ଉଚ୍ଚ ଶିକ୍ଷା ଏବଂ ଗବେଷଣା ସଂସ୍ଥାରେ ଅଧ୍ୟୟନ କରୁଛନ୍ତି। ଭୁବନେଶ୍ୱରରେ IIT, AIIMS, NISER ଏବଂ ଘରୋଇ ବିଶ୍ୱବିଦ୍ୟାଳୟ KIIT, SOA "ହବ୍-ଆଣ୍ଡ-ସ୍ପୋକ୍" ମଡେଲରେ କାର୍ଯ୍ୟ କରୁଛି। ଏହି କ୍ଲଷ୍ଟରିଂ ହିଁ ଓଡ଼ିଶାକୁ ଆନ୍ତର୍ଜାତୀୟ ପ୍ରତିଭାକୁ ଆକର୍ଷିତ କରିବାରେ କୋଲକାତା ଏବଂ ହାଇଦ୍ରାବାଦ ଭଳି ପ୍ରତିଷ୍ଠିତ ହବ୍‌କୁ ପଛରେ ପକାଇଛି। ଶିକ୍ଷାର ଗୁଣବତ୍ତା ଏବଂ ଗବେଷଣା, ସୁଲଭତା, କ୍ୟାମ୍ପସରେ ଜାତିଭେଦ ପ୍ରତି ଶୂନ୍ୟ ସହନଶୀଳତା ଯୋଗୁଁ ଏଠାକୁ ଛାତ୍ରଛାତ୍ରୀମାନେ ଆସୁଛନ୍ତି। B.Tech ବ୍ୟତୀତ ନର୍ସିଂରେ ନାମ ଲେଖାଇବାର ଧାରା ବୃଦ୍ଧି ପାଉଛି।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଭିସି ଗୀତାଞ୍ଜଳି ଦାସ କହିଛନ୍ତି ଯେ, ମାନବ ସମ୍ବଳ ଅଭାବ ସତ୍ତ୍ଵେ ଓଡ଼ିଶା ଉଚ୍ଚ ଶିକ୍ଷା ପାଇଁ ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଭଲ ପ୍ରଦର୍ଶନ କରୁଛି। ସରକାର ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ରାଜ୍ୟର ଉଚ୍ଚ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କଲେଜ ପରିସରରେ ଉତ୍କୃଷ୍ଟ କେନ୍ଦ୍ର ଏବଂ କୌଶଳ ବିକାଶ କେନ୍ଦ୍ର ଖୋଲା ଯାଉଛି। ସେହିପରି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ ସରକାରୀ ଏବଂ ଘରୋଇ ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀଙ୍କ ସମସ୍ୟା ନିବାରଣ ଏବଂ ସୁଗମ ଶୈକ୍ଷଣିକ ପରିବେଶ ସୁନିଶ୍ଚିତ କରିବାକୁ ବିଭାଗ ଦ୍ଵାରା ସ୍ଵତନ୍ତ୍ର ସହାୟତା କେନ୍ଦ୍ର ଖୋଲାଯାଇଛି। ସେମାନଙ୍କ ରହିବା ପାଇଁ କଲେଜ ଏବଂ ବିଶ୍ଵବିଦ୍ୟାଳୟ ପରିସରରେ ସରକାର ସ୍ଵତନ୍ତ୍ର ହଷ୍ଟେଲ ନିର୍ମାଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+