For Quick Alerts
Turn On Notification  
For Daily Alerts
Oneindia App Download

ସର୍ବାଧିକ ରୋଜଗାରକ୍ଷମ ପ୍ରତିଭା ସୃଷ୍ଟି କରିବାରେ ଦେଶର ଶ୍ରେଷ୍ଠ 3 ରାଜ୍ୟ ମଧ୍ୟରେ ଓଡିଶା

ହ୍ୱିବକ୍ସ ଦ୍ୱାରା ପ୍ରସ୍ତୁତ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ 2021 ଅନୁଯାୟୀ ସର୍ବାଧିକ ରୋଜଗାରକ୍ଷମ ପ୍ରତିଭା ସୃଷ୍ଟି କରିବାରେ ଦେଶର ଶ୍ରେଷ୍ଠ ତିନୋଟି ରାଜ୍ୟ ମଧ୍ୟରେ ରହିଛି ଓଡିଶା ।

|

ଭୁବନେଶ୍ୱର: ହ୍ୱିବକ୍ସ ଦ୍ୱାରା ପ୍ରସ୍ତୁତ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ 2021 ଅନୁଯାୟୀ ସର୍ବାଧିକ ରୋଜଗାରକ୍ଷମ ପ୍ରତିଭା ସୃଷ୍ଟି କରିବାରେ ଦେଶର ଶ୍ରେଷ୍ଠ ତିନୋଟି ରାଜ୍ୟ ମଧ୍ୟରେ ରହିଛି ଓଡିଶା । CII, AICTE ଏବଂ UNDP ସହ ମିଳିତ ଭାବରେ ହ୍ୱିବକ୍ସ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ଦିଲ୍ଲୀ / ଏନସିଆର, ଓଡିଶା ଏବଂ ଉତ୍ତରପ୍ରଦେଶ ସର୍ବାଧିକ ନିଯୁକ୍ତି ସୃଷ୍ଟି କରିବା ସହିତ ପ୍ରତିଭା ଯୋଗାଣରେ ଦେଶର ଶ୍ରେଷ୍ଠ ତିନୋଟି ରାଜ୍ୟ ହୋଇଛନ୍ତି ।

ଏହା ପୂର୍ବରୁ 2015 ରେ, ଏହି ତିନୋଟି ରାଜ୍ୟ ଏହି ବର୍ଗରେ ଶ୍ରେଷ୍ଠ ତିନୋଟି ସ୍ଥାନ ଅଧିକାର କରିଥିଲେ । ସେହିପରି ଦ୍ୱିତୀୟ ଭାଷା ଭାବରେ ଇଂରାଜୀରେ ଦକ୍ଷତା ଉପଲବ୍ଧ କରାଇବାରେ ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଆସାମ, ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଶ୍ରେଷ୍ଠ 10 ଟି ରାଜ୍ୟ ଭାବରେ ସ୍ଥାନ ପାଇଛନ୍ତି । ହିନ୍ଦୀ ଭାଷାଭାଷୀ ରାଜ୍ୟ ହୋଇଥିଲେ ମଧ୍ୟ ଆସାମ ଏବଂ ମଧ୍ୟପ୍ରଦେଶ ଏହି ବର୍ଗର ଶ୍ରେଷ୍ଠ 10 ଟି ରାଜ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ।

employ

ଏଠାରେ ସୂଚନାଥାଉକି, ଓଡ଼ିଶା ସରକାର ବିଧାନସଭାରେ ବଜେଟ୍ 2021 ଉପସ୍ଥାପନ କରୁଥିବାବେଳେ ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ 100 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ପ୍ରକାଶ ପାଇଥିବା ଉକ୍ତ ରିପୋର୍ଟରେ ଆଶ୍ଚର୍ଯ୍ୟର ବିଷୟ ଯେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଭଳି ଖରାପ ପ୍ରଦର୍ଶନକାରୀ ରାଜ୍ୟ ସର୍ବାଧିକ ନିଯୁକ୍ତି ସହ ଶ୍ରେଷ୍ଠ ୧୦ଟି ରାଜ୍ୟକୁ ଯାଇଛନ୍ତି । ଅପରପକ୍ଷରେ ସହର ଦୃଷ୍ଟିରୁ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ସର୍ବାଧିକ ନିଯୁକ୍ତି ପ୍ରତିଭା ସୃଷ୍ଟିକାରୀ ସହିତ ତାଲିକାର ଶୀର୍ଷରେ ରହିଛନ୍ତି । ଯେଉଁଠି କି ଗତ ବର୍ଷ, ମୁମ୍ବାଇ ସବୁଠାରୁ ନିଯୁକ୍ତି ଯୋଗ୍ୟ ପ୍ରତିଭା ସୃଷ୍ଟି କରିବାରେ ଏକ ନମ୍ବର ସହର ଥିଲା ।

ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଯୁବବର୍ଗଙ୍କ ନିଯୁକ୍ତି ଯୋଗ୍ୟତା 45.9% କୁ ହ୍ରାସ ପାଇ 18-21 ବର୍ଷ ବୟସରେ ସର୍ବାଧିକ ନିଯୁକ୍ତି ପ୍ରତିଭାର ଶତକଡା 40% ରେ ପହଞ୍ଚିଛି । ଗତ ବର୍ଷର ଯୁବ ନିଯୁକ୍ତି କ୍ଷେତ୍ରରେ ବିଶ୍ଳେଷଣ ତୁଳନାରେ ଏହା ଯଥେଷ୍ଟ କମ୍ । ବିଭିନ୍ନ ଶିଳ୍ପରେ ଆବଶ୍ୟକତା ଅନୁସାରେ କ୍ୟାରିୟର ସୁଯୋଗ ସୃଷ୍ଟି କରିବା ଏବଂ ଛାତ୍ରମାନଙ୍କୁ ଆବଶ୍ୟକ ଦକ୍ଷତା ଓ କୌଶଳ ସହିତ ସଜାଇବା ପାଇଁ ଶିକ୍ଷାର ମୂଳରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ମାନଦଣ୍ଡକୁ ନେଇ ଏହି ତାଲିକା ପ୍ରକାଶ ପାଇଥାଏ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
odisha among to top 3 in india for supply of employable talents
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X