ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ଜାଣନ୍ତୁ କେଉଁ ମନ୍ତ୍ରୀଙ୍କ ସମ୍ପତ୍ତି କେତେ ?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି ସମସ୍ତ ମନ୍ତ୍ରୀ । ଗତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କ ପାଖରେ ରହିଥିବା ସମ୍ପତି ତାଲିକାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି ସମସ୍ତ ମନ୍ତ୍ରୀ । ଗତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କ ପାଖରେ ରହିଥିବା ସମ୍ପତ୍ତି ତାଲିକାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ CMO ୱେବ୍ସାଇଟ୍ରେ ଏହି ତାଲିକା ପ୍ରକାଶ ପାଇଛି । ତେବେ ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪, ୯୮, ୧୯, ୭୬୪ ଟଙ୍କା।
ସେହିପରି ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ୧୦ କୋଟି ୩୫ ଲକ୍ଷ । ୨୦୧୯-୨୦ରେ ସେ ୩୦ ଲକ୍ଷ ଟଙ୍କାର ଗୃହ ଋଣ କରିଥିବା କହିଛନ୍ତି ।

ନଜର ପକାନ୍ତୁ ଅନ୍ୟ ମନ୍ତ୍ରୀମାନଙ୍କ ସମ୍ପତି ତାଲିକା ଉପରେ:
- ୨୦୨୦ ମାର୍ଚ୍ଚ ସୁଦ୍ଧା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ରହିଛି ପାଖାପାଖି ଅଢ଼େଇ କୋଟି ଟଙ୍କା ।
- ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଜମିବାଡ଼ି ସହ ରହିଛି ୨ଟି ଗାଡ଼ି । ତାଙ୍କର ଗୋଟିଏ ବୁଲେଟ୍ ଓ ଗୋଟିଏ ଇଟିଅସ କାର୍ ଅଛି । ତାଙ୍କ ପାଖରେ ୨୩୦ ଗ୍ରାମର ସୁନା ଥିବା ମଧ୍ୟ ତାଲିକାରେ ରହିଛି ।
- ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମ୍ପତ୍ତି ତାଲିକା ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା । ତାଙ୍କ ପାଖରେ ଗୋଟିଏ ଫିଆଟ ପୁଣ୍ଟୋ ଗାଡ଼ି ରହିଛି । ତାଙ୍କ ନାଁରେ କୌଣସି ଘର ନାହିଁ, ୧୪୦ ଗ୍ରାମର ଗହଣା ଅଛି ।
- କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ୨ଟି କାର୍ ଥିବା ବେଳେ, ଗୋଟିଏ ମୋଟର ସାଇକେଲ୍ ରହିଛି । ଏହାସହ ତାଙ୍କ ପାଖରେ ୧୦୦ ଗ୍ରାମର ସୁନା ଅଳଙ୍କାର ରହିଛି । ତାଙ୍କ ପତ୍ନୀଙ୍କ ପାଖରେ ରହିଛି ୩୫୦ ଗ୍ରାମର ସୁନା ଅଳଙ୍କାର ।
- ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଦେଇଛନ୍ତି ନିଜର ସମ୍ପତ୍ତି ତାଲିକା । ତାଙ୍କ ପାଖରେ ୪ଟି କାର୍, ଗୋଟିଏ ଟ୍ରାକ୍ଟର ଓ ବୁଲେଟ୍ ଥିବା ସେ ଦର୍ଶାଇଛନ୍ତି । ଏହାସହ ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ଗୃହ ଋଣ ସହ ୧୪ ଲକ୍ଷ ଟଙ୍କାର ଗାଡ଼ି ଲୋନ୍ ଥିବା ସେ ଦର୍ଶାଇଛନ୍ତି ।
- ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କର ୮୦ଟି ବ୍ୟବସାୟିକ ଗାଡ଼ି ଥିବା ତାଲିକାରେ ରହିଛି ।












Click it and Unblock the Notifications