Get Updates
Get notified of breaking news, exclusive insights, and must-see stories!

HMPV ଭାଇରସକୁ ନେଇ ସଜାଗ ହେଲାଣି ଓଡ଼ିଶା; ଏମିତି କହିଲେ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଚିନ୍ତା ବଢ଼ାଇଲାଣୀ ନୂଆ ଭାଇରସ । ବେଙ୍ଗାଲୁରୁ ଓ ଗୁଜରାଟରେ HMPV ଚିହ୍ନଟ ହେବା ପରେ ଓଡ଼ିଶା ସରକାରଙ୍କ ଛନକା ପଶିଛି। ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତଥାପି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନକୁ ଅପେକ୍ଷା କରିଛନ୍ତି। ଗାଇଡ୍‌ଲାଇନ୍ ଆସିଲେ ପଦକ୍ଷେପ ନେବୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

HMPV virus

ଦେଶରେ HMPV ଚିହ୍ନଟକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି,'ଚୀନ୍‌ରୁ HMPV ଆସୁଥିବା ଖବରକୁ WHO ଏଯାବତ ସ୍ପଷ୍ଟ କରିନି। ଭାରତ ସରକାର ମଧ୍ୟ କୌଣସି ଆଡଭାଇଜରୀ ଜାରି କରି ନାହାନ୍ତି। ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ଆସିଲେ ପଦକ୍ଷେପ ନେବୁ। କୋଭିଡ୍‌ ବହୁତ ଶିଖାଇଛି। ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇଛି। HMPV ଚିହ୍ନଟ ଲାଗି AIIMS, ICMR- RMRCରେ ବ୍ୟବସ୍ଥା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ହ୍ୟୁମାନ୍ ମେଟାନିମୋ ଭାଇରସ୍ (HMPV) କଣ? ରିପୋର୍ଟ ଅନୁସାରେ ୨୦୦୧ ମସିହାରେ ଏହି ଭୂତାଣୁ ପ୍ରଥମେ ଠାବ ହୋଇଥିଲା। ଏହା କରୋନା ଭଳି। HMPVରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ସାଧାରଣତଃ କାଶ, ଜ୍ୱର, ନାକ ବନ୍ଦ ହୋଇଯାଇଥାଏ। ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଥାଏ। ୫ ବର୍ଷରୁ କମ୍‌ ପିଲାମାନେ ଏହି ରୋଗରେ ବେଶୀ ଆକ୍ରାନ୍ତ ହେଇଥାଆନ୍ତି। ଏହାର ଏଯାଏଁ କୌଣସି ଟିକା ତିଆରି ହୋଇନି। ବର୍ତ୍ତମାନ ସୁଦ୍ଧା HMPVରେ ଭାରତରେ ୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+