ହୋସ୍ ଉଡାଇ ଦେବ ଝୁମ୍ପୁଡି ଘରର ବିଦ୍ୟୁତ୍ ବିଲ୍ : ଗ୍ରାହକ କହିଲେ କରୋନା କାଳରେ ହୃଦଘାତ କରିଦେବ
ଗୋଟିଏ ମାସର ଇଲେକ୍ଟ୍ରି ବିଲ୍ ରହିଛି 29 ହଜାର 5 ଶହ 22 ଟଙ୍କା ।
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଇଷାନେଶ୍ୱର ବସ୍ତି । ଏହି ବସ୍ତିରେ ରହିଛି ଆଜବେଷ୍ଟସସ୍ ଓ ଜରିରେ ନିର୍ମାଣ ହୋଇଥିବା ଝୁମ୍ପୁଡି ଘର । ଏହି ଘରେ ଲାଗିଛି ଦୁଇଟି ବଲ୍ବ ଗୋଟିଏ ଫ୍ୟାନ ଓ ଗୋଟିଏ ଇନଣ୍ଡକ୍ସନ କୁକର । ଆପଣ ଭାବୁଥିବେ ଏହି ଘରର ଦୁର୍ଦ୍ଦଶା ବିଷୟରେ କହିବା ପାଇଁ ଚାହୁଁଛୁ ଅଥବା ଏହି ଘରେ ରହୁଥିବା ଲୋକଙ୍କ ବିଷୟରେ । ଏବେ ଏହି ଘରକୁ ନେଇ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । ଏହି ଘରର ଇଲେକ୍ଟ୍ରି ବିଲ୍ । ଗୋଟିଏ ମାସର ଇଲେକ୍ଟ୍ରି ବିଲ୍ ରହିଛି 29 ହଜାର ଟଙ୍କାରୁ ଅଧିକ ।

ଚନ୍ଦ୍ରଶେଖରପୁର ଇଷାନେଶ୍ୱର ବସ୍ତିରେ ରୁହନ୍ତି ଜଗନ୍ନାଥ ଦାସ । ଜଗନ୍ନାଥଙ୍କ ବିଦ୍ୟୁତ ଦେୟ ବାବଦରେ ପ୍ରତିମାସରେ ଦେଢ ଶହରୁ ଦୁଇ ଶହ ଟଙ୍କା ଆସେ । ତେବେ ଏବେ ତାଙ୍କ ପାଖକୁ ଯେଉଁ ବିଦ୍ୟୁତ୍ ବିଲ୍ ଆସିଛି ତାହା ତାଙ୍କ କଳ୍ପନା ବାହାରେ । ତାଙ୍କର 29 ହଜାର 5 ଶହ 22 ଟଙ୍କା ଆସିଛି ବିଦ୍ୟୁତ୍ ବିଲ୍ । ଏକ ଝୁମ୍ପୁଡି ଘରୁ ବ୍ୟବହୃତ ହେଉଥିବା ଉକ୍ତ ବିଦ୍ୟୁତ୍ ସରଞ୍ଜାମରୁ ତାଙ୍କ ପାଖକୁ ଏହି ମୋଟା ଅଙ୍କର ବିଲ୍ ଆସିଛି । ଜଗନ୍ନାଥ ଏସମ୍ପର୍କରେ ବିଦ୍ୟୁତ ବିତରଣ କମ୍ପାନୀ କାର୍ଯ୍ୟାଳୟକୁ ଯାଇ ସମ୍ପୃକ୍ତ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ମାତ୍ର କୌଣସି ସନ୍ତୋଷ ଜନକ ଉତ୍ତର ସେ ତାଙ୍କ ଠାରୁ ପାଇ ପାରି ନାହାନ୍ତି । ତାଙ୍କୁ ମିଟରରେ କୌଣସି ତ୍ରୁଟି କିମ୍ବା ଅନ୍ୟ କିଛି ସମସ୍ୟା ରହିଥାଇ ପାରେ ଦର୍ଶାଇ ମୁଖ୍ୟ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟି ଏସମ୍ପର୍କରେ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଅପରପକ୍ଷରେ କରୋନା କାଳରେ ଏପରି ଭୁଲ୍ ତାଙ୍କର ହୃଦଘାତ କରିଦେବ ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଆହୁରି ମଧ୍ୟ ସେ ଏନେଇ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।
More From
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications