ଅଗଷ୍ଟ 15 ରୁ ରାଜ୍ୟରେ ବୁଲିବ ଅହିଂସା ରଥ
ଆସନ୍ତାକାଲି (ସ୍ୱାଧିନତା ଦିବସ) ଠାରୁ ସାରା ରାଜ୍ୟରେ ବୁଲିବ ଅହିଂସା ରଥ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତର 100 ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଏହି ଅନନ୍ୟ ପଦକ୍ଷପ ଗ୍ରହଣ କରିଛନ୍ତି ।
ଭୁବନେଶ୍ୱର: ଆସନ୍ତାକାଲି (ସ୍ୱାଧିନତା ଦିବସ) ଠାରୁ ସାରା ରାଜ୍ୟରେ ବୁଲିବ ଅହିଂସା ରଥ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତର 100 ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଏହି ଅନନ୍ୟ ପଦକ୍ଷପ ଗ୍ରହଣ କରିଛନ୍ତି । ଗାନ୍ଧୀ ଜୀଙ୍କ ଅହିଂସା ବାର୍ତ୍ତା ବହନ କରିବ ଏହି ରଥ । ଅଗଷ୍ଟ 15 ତାରିଖଠାରୁ ଅକ୍ଟୋବର 2 (ଗାନ୍ଧୀ ଜୟନ୍ତୀ) ପର୍ଯ୍ୟନ୍ତ ଏହି ଭ୍ରାମ୍ୟମାଣ ରଥ ସାରା ରାଜ୍ୟରେ ବୁଲିବ ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଭୁବନେଶ୍ୱରରୁ ଚାରିଟି ରଥ ବାହାରିବ । ପ୍ରତି ଜିଲ୍ଲାର ମୁଖ୍ୟ କାର୍ଯ୍ୟଳୟ ସାମ୍ନାରେ ଅଟକିବ ଏହି ଅହିଂସା ରଥ । ରଥ ପାଖରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ବରିଷ୍ଠ ଅଧିକାରୀ ତଥା ସ୍ଥାନୀୟ ପ୍ରତିନିଧି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications