Get Updates
Get notified of breaking news, exclusive insights, and must-see stories!

୩୦ ଦିନରେ ୨୧ ଜିଲ୍ଲାରେ ଅହିଂସା ରଥ

୩୦ ଦିନରେ ୨୧ ଜିଲ୍ଲାରେ ଅହିଂସା ରଥ ,ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ 'ଅହିଂସା ରଥ' ସମସ୍ତ ଜିଲ୍ଲା ପରିକ୍ରମା କରୁଛି

ଭୁବନେଶ୍ୱର: ଦେଶକୁ ସର୍ବଦା ହିଂସା, ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ କରିବାକୁ ପ୍ରେରଣା ଦେଉଥିବା ଜାତିରପିତା ମହାତ୍ମା ଗାନ୍ଧିଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାର ଓ ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ନେଇ ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି 'ଅହିଂସା ରଥ' । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ 'ଅହିଂସା ରଥ'କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ମିଳୁଛି । ବିରାଟ ପଟୁଆରରେ ଲୋକେ ଏହି ରଥକୁ ସ୍ୱାଗତ କରୁଛନ୍ତି ।ଏହି ରଥ ୩୦ ଦିନରେ ୨୧ ଜିଲ୍ଲାର ବିଭିନ୍ନ ବ୍ଲକର ପରିକ୍ରମା କରିସାରିଛି ।

ahimsa rath

୧୫ ଅଗଷ୍ଟ ସ୍ୱାଧୀନତା ଦିବସରେ 'ଅହିଂସା ରଥ'ର ଶୁଭାରମ୍ଭ ହୋଇଥିଲା

ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୬ ତମ ସ୍ୱାଧୀନତା ଦିବସ ପାଳନ କରିଥିଲା । ଏହି ବର୍ଷକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ପ୍ରତିଟି ରାଜ୍ୟବାସୀଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଲାଗି 'ଅହିଂସା ରଥ'ର ଶୁଭାରମ୍ଭ କରିଥିଲେ । ଏହି ରଥକୁ ଭବ୍ୟ ପରିବେଶ ମଧ୍ୟରେ ସମସ୍ତ ଜିଲ୍ଲାରେ ସ୍ବାଗତ କରାଯାଉଛି । ଆସନ୍ତା ଅକ୍ଟୋବର ୨ ତାରିଖ ଅର୍ଥାତ୍ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଏହି ଭ୍ରାମ୍ୟମାଣ ଭିଡିଓ ରଥ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରୁ ଏଲ୍‌ଇଡ଼ି ଭିଡ଼ିଓ ୱାଲ୍‌ରେ ସଜ୍ଜିତ ୪ଟି ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରିଥିଲା ।

ahimsa rath
୩୦ ଦିନରେ ୨୧ ଜିଲ୍ଲାରେ ଅହିଂସା ରଥ
ଆଜି ରାଜ୍ୟର ୨୧ଟି ଜିଲ୍ଲାର ପରିକ୍ରମା କରିସାରିଛି ଏହି ରଥ । ପୁରୀ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ବାଲେଶ୍ୱର, ବାରିପଦା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ, ଆଦି ଜିଲ୍ଲାରେ 'ଅହିଂସା ରଥ'କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉତ୍କଳମଣି ଗୋପବନ୍ଧୁ, ଶହୀଦ ଲକ୍ଷ୍ମଣ ନାୟକ, ସ୍ୱାଧିନତା ସଂଗ୍ରାମୀ ରଘୁ ଦିବାକର, ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର 'ଅହିଂସା ରଥ'ର ଭିଡିଓ ୱାଲରେ ପ୍ରଦର୍ଶିତ ହେଉଛି । ଏହା ଛଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା 'ଅହିଂସା ରଥ' ମାଧ୍ୟମରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରସାରିତ ହେଉଛି ।

ahimsa rath

ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ମା'ଙ୍କ ଭୂମିକା
ମିଶନ ଶକ୍ତିର ମା' ମାନେ ଓଡ଼ିଶାର ପାରମ୍ପରିକ ଝୋଟି ଚିତା ଓ କଳା ମାଧ୍ୟମରେ ନିଜ ନିଜ ଜିଲ୍ଲାରେ ରଥକୁ ସ୍ବାଗତ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲା ଭ୍ରମଣ ବେଳେ କିଛି ଶିକ୍ଷାନୁଷ୍ଠାନରେ ମଧ୍ୟ ପହଁଚିଥିଲା ଏହି 'ଅହିଂସା ରଥ' । ଯେଉଁଠି ଛାତ୍ରଛାତ୍ରୀ ମାନେ ପାରମ୍ପରିକ ନୃତ୍ୟଗୀତ ସହିତ ରଥକୁ ସ୍ବାଗତ କରିଥିଲେ । ଏହା ସହ କିଛି କିଛି ସ୍ଥାନରେ ଛାତ୍ରଛାତ୍ରୀମାନଙ୍କୁ ମହାପୁରୁଷଙ୍କ ବେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ପିଲାମାନଙ୍କୁ ସ୍ବାଧିନତା ମହତ୍ତ୍ବ ବିଷୟରେ ବୁଝାଯାଇବା ପାଇଁ ଭିଡ଼ିଓ ଶୋ' ପ୍ରଦର୍ଶିତ ହୋଇଥିଲା ।

ତେବେ ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଦେଶାତ୍ମାକବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଭିଡିଓ ଶୋ'ପ୍ରଦର୍ଶିତ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ 'ଅହିଂସା ରଥ'କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ମିଳୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+