ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର, ମିଳିବ ଖାଦ୍ୟ ପ୍ୟାକେଟ
ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର । କିନ୍ତୁ ଆହାର କେନ୍ଦ୍ରରେ ବସି ଖାଇବାକୁ ଅନୁମିତି ଦିଆଯିବ ନାହିଁ । ଆହାର କେନ୍ଦ୍ରରୁ ପାର୍ସଲ ନେଇପାରିବେ ଲୋକେ ।
ଭୁବନେଶ୍ବର: ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର । କିନ୍ତୁ ଆହାର କେନ୍ଦ୍ରରେ ବସି ଖାଇବାକୁ ଅନୁମିତି ଦିଆଯିବ ନାହିଁ । ଆହାର କେନ୍ଦ୍ରରୁ ପାର୍ସଲ ନେଇପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ତେବେ ଭୁବନେଶ୍ବର ସହରର 12ଟି ଆହାର କେନ୍ଦ୍ରରେ ଖାଦ୍ୟ ପ୍ୟାକେଟ ଯୋଗାଇଦେବାକୁ ବିଏମସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ଲକ୍ ଡାଉନ ନିୟମ ପାଳନ ସହ ରନ୍ଧା ପ୍ୟାକିଂ ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହାର କେନ୍ଦ୍ରର ଖାଦ୍ୟ ନିରାପଦ ଓ ସୁଲଭ ମୂଲ୍ୟରେ ମିଳୁଥିବାରୁ ସହରବାସୀଙ୍କୁ ଏଥିରୁ ବଞ୍ଚିତ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ସହରରେ 12ଟି ଆହାର କେନ୍ଦ୍ର ରହିଛି ଏବଂ ଚାହିଦା ମୁତାବକ ଖାଦ୍ୟ ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications