Get Updates
Get notified of breaking news, exclusive insights, and must-see stories!

ସାର ବିତରଣ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଚଳିତ ଖରିଫରେ ଆବଶ୍ୟକ ସାରର ସୁଷମ ବଣ୍ଟନକୁ ସୁନିଶ୍ଚିତ କରିବା ଏବଂ ଚାଷୀମାନେ ଯେପରି ଠିକ୍‌ ସମୟରେ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ପାଇବେ ସେଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱର: ଚଳିତ ଖରିଫରେ ଆବଶ୍ୟକ ସାରର ସୁଷମ ବଣ୍ଟନକୁ ସୁନିଶ୍ଚିତ କରିବା ଏବଂ ଚାଷୀମାନେ ଯେପରି ଠିକ୍‌ ସମୟରେ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ପାଇବେ ସେଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାରର ଯୋଗାଣ ଓ ବଣ୍ଟନକୁ ବ୍ୟବସ୍ଥିତ କରିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ranendra pratap swain

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଂଜୀବ ଚୋପ୍ରା ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ସାର ବିକ୍ରିର ଯାଞ୍ଚ ବ୍ୟବସ୍ଥାକୁ ବ୍ୟାପକ ଓ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ସାରର ମହଜୁଦ ଓ କଳାବଜାରୀକୁ ରୋକିବା ଉଦ୍ଦେଶ୍ୟରେ ସତର୍କ ଦୃଷ୍ଟି ରଖିବା ନିମେନ୍ତେ ଜିଲ୍ଲା ଓ ବକ୍ଲସ୍ତରରେ ଯାଞ୍ଚକାରୀ ଦଳକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଚାଷୀମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ସାର ଉପଲବ୍ଧ କରାଇବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ କୋଅପରେଟିଭ୍‌ ସଂସ୍ଥାର ଡିଲର ଏବଂ ଘରୋଇ ଡିଲରମାନଙ୍କୁ ସାର ଯୋଗାଇ ଦିଆଯାଇଛି । ସାର ସଂଗ୍ରହକାରୀ ସଂସ୍ଥା ମାର୍କଫେଡ୍‌ ଓ ଓଡ଼ିଶା କୃଷି ଶିଳ୍ପ ନିଗମ ମାଧ୍ୟମରେ ଆବଶ୍ୟକ ପରିମାଣର ୟୁରିଆ ସାର ଯଥେଷ୍ଟ ପୂର୍ବରୁ ଡିଲରମାନଙ୍କୁ ଯୋଗାଇ ଦେବାର ବନ୍ଦୋବସ୍ତ କରାଯାଇଛି ।

ଏଥି ସହିତ ରାଜ୍ୟର ଆବଶ୍ୟକତା ଅନୁସାରେ ଡିଏପି ଓ ପଟାସ ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଚାଷୀଙ୍କୁ ସାର ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ବିଭାଗୀୟ ଯାଞ୍ଚକାରୀ ଦଳ ଗଠନ କରାଯାଇଛି । ପ୍ରତି ବ୍ଲକ୍‌ରେ ଅଧିସୂଚିତ କ୍ଷେତ୍ରୀୟ ଅଧିକାରୀଙ୍କୁ ସାର ନିରୀକ୍ଷକ ଭାବେ ନିୟୋଜିତ କରାଯାଇଛି । ଜିଲ୍ଲା ଓ କ୍ଷେତ୍ର ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ଓ କଡ଼ାକଡ଼ି କରିବା ଦିଗରେ ଜିଲ୍ଲାପାଳମାନେ ପଦକ୍ଷେପ ନେବା ସହିତ ଯାଞ୍ଚକାରୀ ଦଳଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ପତ୍ରରେ କୁହାଯାଇଛି । ଏଥି ସହିତ ବିଭିନ୍ନ ର୍ୟାକ୍‌ ପଏଣ୍ଟରୁ ନିର୍ଦ୍ଧାରିତ ଜିଲ୍ଲାମାନଙ୍କୁ ସାରର ବିତରଣ ଓ ଯୋଗାଣ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+