ସଡକ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଚାରି ସ୍ତରୀୟ ରଣନୀତି ଆପଣାଉଛନ୍ତି: ମୁଖ୍ୟମନ୍ତ୍ରୀ
ସଡ଼କ ସୁରକ୍ଷା ଏବଂ ପରିବେଶ ନେଇ ରାଜଧାନୀରେ ଆୟୋଜିତ ହୋଇଛି କର୍ମଶାଳା । ସୁରକ୍ଷିତ ଯାତ୍ରା ନେଇ ରାଜ୍ୟ ପରିବହନ ବିଭାଗ ଏବଂ ସୋସାଇଟି ଅଫ ଅଟୋମୋଟିଭ ଫିଟନେସ ଆଣ୍ଡ ଏନଭାୟର୍ନମେଣ୍ଟ୍ ସେଫ୍ ପକ୍ଷରୁ ଆୟୋଜିତ କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍
ଭୁବନେଶ୍ୱର: ସଡ଼କ ସୁରକ୍ଷା ଏବଂ ପରିବେଶ ନେଇ ରାଜଧାନୀରେ ଆୟୋଜିତ ହୋଇଛି କର୍ମଶାଳା । ସୁରକ୍ଷିତ ଯାତ୍ରା ନେଇ ରାଜ୍ୟ ପରିବହନ ବିଭାଗ ଏବଂ ସୋସାଇଟି ଅଫ ଅଟୋମୋଟିଭ ଫିଟନେସ ଆଣ୍ଡ ଏନଭାୟର୍ନମେଣ୍ଟ୍ ସେଫ୍ ପକ୍ଷରୁ ଆୟୋଜିତ କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଉଦଘାଟନ କରିଥିଲେ । ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, 5T ସଚିବ ଭିକେ ପାଣ୍ଡିଆନ, ସଚିବ ବିଷ୍ଣୁପଦ ସେଠି, ପରିବହନ କମିଶନର ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

ସଡ଼କ ସୁରକ୍ଷା ଏବଂ ପରିବେଶର ପ୍ରାଥମିକତା ସହ ସୁରକ୍ଷିତ ଯାତ୍ରା ଉପରେ ହୋଇଛି ଆଲୋଚନା । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ କର୍ମଚାରୀଙ୍କ ସମେତ ବସ୍ ମାଲିକ, ଡ୍ରାଇଭର, ବିଭିନ୍ନ ଟେକ୍ନୋଲୋଜି କମ୍ପାନୀ ଏବଂ ଅନ୍ୟାନ୍ୟ ଷ୍ଟେକ୍ ହୋଲ୍ଡରମାନେ ଯୋଗ ଏଥିରେ ଦେଇଥିଲେ ।
ତେବେ ସଡକ ସୁରକ୍ଷା ସରକାରଙ୍କ ପାଇଁ ଏକ ଉଚ୍ଚ ପ୍ରାଥମିକ କ୍ଷେତ୍ର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ସଡକକୁ ଅଧିକ ନିରାପଦ କରିବା ପାଇଁ ଆମେ ଚାରି ଗୁଣ ରଣନୀତି ଆପଣେଇଛୁ । ଅଟୋମୋବାଇଲ ପାଇଁ ନୂତନ ସୁରକ୍ଷିତ ଟେକ୍ନୋଲୋଜିର ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ସଡକ ସୁରକ୍ଷା ପଦକ୍ଷେପଗୁଡ଼ିକରେ ରାଜ୍ୟର କାର୍ଯ୍ୟଦକ୍ଷତାକୁ ଦର୍ଶାଇ ସେ କହିଛନ୍ତି ଯେ, ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟି ଦ୍ୱାରା କରାଯାଇଥିବା ଅଡିଟ୍ ସମୟରେ ଓଡିଶା ୬୬ ପ୍ରତିଶତ ସ୍କୋର କରିଛି ଏବଂ ସଡକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ 'ଉଚ୍ଚ ପ୍ରଦର୍ଶନକାରୀ' ଶ୍ରେଣୀଭୁକ୍ତ ହୋଇଛି।












Click it and Unblock the Notifications