ଅତିରିକ୍ତ ବଜେଟ ୨୦୨୪-୨୫: କେଉଁ ବିଭାଗକୁ କେତେ ? ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ
ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ 2024-25 ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥପାଇଁ ମୋଟ 12,156 କୋଟି ଟଙ୍କାର ବ୍ୟୟବରାଦ ବିଧାନ ସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି ।
ଅତିରିକ୍ତ ବଜେଟର ଆବଶ୍ୟକତା
ଏକ ଜନମଙ୍ଗଳ ରାଷ୍ଟ୍ରରେ ସମ୍ବଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଆଖି ଆଗରେ ରଖ୍ ଉପଲବ୍ଧ ସମ୍ବଳର ପୁନଃବିନିଯୋଗ ତଥା ବିଭିନ୍ନ ସୂତ୍ରରୁ ସହବନ୍ଧିତ ସମ୍ବଳର ପ୍ରାପ୍ତି ମାଧ୍ୟମରେ ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ କରାଯାଇଛି । ନିମ୍ନଲିଖ ପରିପ୍ରେକ୍ଷୀରେ ଅତିରିକ୍ତ ବ୍ୟୟବରାଦ ଆବଶ୍ୟକ ହେଉଅଛି -
- (i) ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ କରିବା ନିମନ୍ତେ ଅତିରିକ୍ତ ପାଣ୍ଠି ର ଆବଶ୍ୟକତା ।
- (ii) ପ୍ରଚଳିତ ରହିଥିବା କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ ଭାରତ ସରକାରଙ୍କ ଦ୍ବାରା ଘୋଷିତ ନୂତନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ ।
- (iii) ଓଡିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ।
- (iv) ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନା ।
3. ଅତିରିକ୍ତ ବଜେଟ୍ ପାଇଁ ଅର୍ଥ ବ୍ୟବସ୍ଥା
ପ୍ରଶାସନିକ ବ୍ୟୟ ଏବଂ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ଵୟ ଏବଂ ଅର୍ଥ ସମର୍ପଣ ଜରିଆରେ ବ୍ୟବସ୍ଥା କରାଯିବ । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠି (SDRMF) ରେ ଉପଲବ୍ଧ ବର୍ଷ ଶେଷ ବଳକା ଦ୍ବାରା ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ, ଅତିରିକ୍ତ ବଜେଟ୍ରେ ବ୍ୟୟ ବରାଦ ହୋଇଥିବା 10,155 କୋଟି ଟଙ୍କା ମଧ୍ୟରୁ 3,236 କୋଟି ଟଙ୍କା ସହବନ୍ଧିତ (Tied-up) ସମ୍ବଳ ସୂତ୍ରରୁ ଓ ବଳକା ରାଶି ଅତିରିକ୍ତ ରାଜସ୍ବ ତଥା ଅର୍ଥ ସମର୍ପଣ ଦ୍ବାରା ଭରଣା କରାଯିବ ।
4 ଅତିରିକ୍ତ ବଜେଟ 2024-25 ରେ ନୂତନ ପଦକ୍ଷପ
- > ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ 125 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ (DAJGUA) ପାଇଁ 92 କୋଟି ଟଙ୍କା ବ୍ୟବସ୍ଥା
- କରାଯାଇଛି ।
- > ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନ ପାଇଁ 142 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > CAPE ମୁତୟନ ପାଇଁ 299 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ପୋଲିସ ଷ୍ଟେସନ ଓ ଫାଣ୍ଡିରେ CCTV ତନଖ୍ ବ୍ୟବସ୍ଥା ସ୍ଥାପନ ପାଇଁ 51 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > 22 ଟି ITI ରେ ଉତ୍କର୍ଷ କେନ୍ଦ୍ର (Centre of Excellence) ପ୍ରତିଷ୍ଠା ପାଇଁ 130 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ସୁବିଧା ବିକାଶ ପାଇଁ 26 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । > ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ପାଇଁ 5 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । > ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ 60 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

5. ପ୍ରଶାସନିକ ବ୍ୟୟ ପାଇଁ ଅର୍ଥ ବ୍ୟବସ୍ଥା
- ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ମୋଟ 1,685 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
- > ବିଭିନ୍ନ ନିଯୁକ୍ତି ପରୀକ୍ଷା ଆୟୋଜନ ପାଇଁ 15 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ (GA&PG)ଅଧୀନରେ ଥିବା ଅଣଆବାସିକ କୋଠାର ରକ୍ଷଣାବେକ୍ଷଣ ପାଇଁ 13 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- କୋଠ ଭୋଗ ଦାନ ଯୋଜନା ପାଇଁ 15 କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା କରାଯାଇଛି।
- ଶ୍ରଦ୍ଧାଳୁମାନେ ରଥ ଚଢ଼ିନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ 12 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ପାରିଶ୍ରମିକ ବ୍ୟବସ୍ଥା ପାଇଁ ଅନୁଦାନ ବାବଦରେ 5 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଓଡ଼ିଶା ବିଧାନସଭାର କୋଠା ନିର୍ମାଣ ପାଇଁ 6 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
- > ରାଜ୍ୟର ମାଧ୍ୟମିକ ବିଦ୍ୟାଳୟରେ ଅତିଥ୍ୟ ଅଧ୍ୟାପକଙ୍କ ଦରମା ବାବଦରେ 20 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦକୁ 13 କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା କରାଯାଇଛି
- > କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ଔଷଧ ବାବଦରେ 15 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଓଡ଼ିଶା ଉଠା ଜଳସେଚନ ନିଗମ (OLIC)କୁ ଅନୁଦାନ ବାବଦରେ 20 କୋଟି ଟଙ୍କା ବ୍ୟବସ୍ଥା
- କରାଯାଇଛି।
- ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ସାଧାରଣ ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ 37 କୋଟି ଟଙ୍କା ଏବଂ ସରକାରୀ ପ୍ରଶିକ୍ଷଣ ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ 17 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ 27 କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ସେଥ୍ମଧ୍ୟରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ 5 କୋଟି ଟଙ୍କା, ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ 13 କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୨ କୋଟି ଟଙ୍କା ବ୍ୟବସ୍ଥା
- କରାଯାଇଛି।
6. ବିପର୍ଯ୍ୟୟ ପ୍ରଶମନ ପାଣ୍ଠି
> 2024-25 ଅତିରିକ୍ତ ବଜେଟ୍ରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ନିମନ୍ତେ 120 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

> 2024-25 ଅତିରିକ୍ତ ବଜେଟ୍ରେ, ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ ସ୍ଥାନୀୟ ନିକାୟ ସଂସ୍ଥା (SFC)ମାନଙ୍କୁ ସ୍ଥାନାନ୍ତର ବାବଦକୁ 196 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
8. କାର୍ଯ୍ୟକ୍ରମ ବ୍ୟୟ ଓ ଅଗ୍ରାଧିକାର କ୍ଷେତ୍ର ପାଇଁ ବ୍ୟୟବରାଦ
A. କୃଷକକଲ୍ୟାଣ ଓ ଖାଦ୍ୟ ନିରାପତ୍ତା:
» Procurement Operation Support Scheme ଅଧୀନରେ ଖାଦ୍ୟ ସଂରକ୍ଷଣ ଏବଂ ଗୋଦାମ ପାଇଁ 59 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
> ଖରିଫ ପାଇଁ ଧାନ ଫସଲ ଉତ୍ପାଦନ କ୍ଷେତ୍ରର ଗ୍ରାମ ସ୍ତରୀୟ ଖେତ ବିଶ୍ଳେଷଣ ପାଇଁ 6 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
> ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ଅଧୀନରେ, ଶ୍ୱେତ ବିପ୍ଳବ ପାଇଁ 91 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
> ଗୋଦାମ ଭିତ୍ତିଭୂମି ପାଣ୍ଠି ପାଇଁ 10 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
> ଓଡ଼ିଶା ଉଠା ଜଳସେଚନ ନିଗମ (OLIC) ଜରିଆରେ ଅଚଳ ହୋଇପଡ଼ିଥିବା ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଓ ନବୀକରଣ ପାଇଁ 80 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। > ଜଳ ଅଭାବ ଥିବା ଅଞ୍ଚଳରେ ଭୂତଳ ଜଳର ସ୍ଥାୟୀ ଉପଯୋଗ ପାଇଁ 130 କୋଟି ଟଙ୍କାର
ବ୍ୟବସ୍ଥା କରାଯାଇଛି।
> ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍ ପାଇଁ 66 କୋଟି ଟଙ୍କା ଯୋଗାଇ ଦିଆଯାଇଛି।
B. ସାମାଜିକ ନିରାପତ୍ତା:
- ମଧୁବାବୁ ପେନସନ ଯୋଜନାରେ 338 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
> ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ 16 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
> ଭିନ୍ନକ୍ଷମ(PWDs) ଏବଂ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପ୍ରୋତ୍ସାହନ ପାଇଁ 10 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
> ବିଧବା ଭତ୍ତା ଯୋଜନା ପାଇଁ 16 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
C. ସ୍ବାସ୍ଥ୍ୟ ସେବା
> ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ 44 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
> ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ 5 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
> ସ୍ବାସ୍ଥ୍ୟ ସଚେତନତା ସମ୍ବନ୍ଧୀୟ ସୂଚନା, ଶିକ୍ଷା ଓ ଯୋଗାଯୋଗ ପାଇଁ 10 କୋଟି ଟଙ୍କା ବ୍ୟବସ୍ଥା
କରାଯାଇଛି।
> ଔଷଧୀୟ ଉଦ୍ଭଦ ମିଶନ ସମେତ ଆୟୁଷ ସମ୍ପର୍କିତ ଜାତୀୟ ମିଶନ ପାଇଁ 20 କୋଟି ଟଙ୍କା ବ୍ୟବସ୍ଥା
କରାଯାଇଛି ।
> ରାଜ୍ୟ ଭାଗ ଜାତୀୟ ସ୍ବାସ୍ଥ୍ୟ ମିଶନ (NHM) ପାଇଁ 1056 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି
> ଔଷଧ କିଣିବା ପାଇଁ 22 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
D. ମହିଳା ଓ ଶିଶୁଙ୍କୁ ସଶକ୍ତ କରିବା
> ସୁଭଦ୍ରା ଯୋଜନା ପାଇଁ 1196 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
> ICDSକୁ ରାଜ୍ୟ ସହାୟତା ପାଇଁ 24 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
> ମିଶନ ଶକ୍ତି ସାମର୍ଥ୍ୟ ପାଇଁ 25 କୋଟି ଟଙ୍କା ଏବଂ ମିଶନ ଶକ୍ତି ସମ୍ବଳ ପାଇଁ 5 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
E.ଅନୁସୂଚିତ ଜନଜାତି (ST) ଓ ଅନୁସୂଚିତ ଜାତି (SC)ବିକାଶ
- > କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା "ଧରତି ଆବା ଜନଜାତିଆ ଗ୍ରାମ ଉତ୍କର୍ଷ ଅଭିଯାନ (DAJGUA)" ପାଇଁ 92 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି ପାଇଁ 112 କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ପାଇଁ 120 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ଆନ୍ଦୋଳନ ଯୋଜନାରେ ଓବିସି ଓ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପାଇଁ 15 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ସ୍ଵତନ୍ତ୍ର ଶିକ୍ଷା ସହାୟତା ପାଇଁ 87 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
F. ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ
- > ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ 50 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > RTE ଅଧ୍ୱନିୟମ ଅଧୀନରେ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କ ସପକ୍ଷରେ ଶିଶୁ ପିଛା ଖର୍ଚ୍ଚ ଭରଣା ପାଇଁ 30 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ସମଗ୍ର ଶିକ୍ଷା ପାଇଁ ରାଜ୍ୟ ସହାୟତା ବାବଦକୁ 502 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ 100 କୋଟି ଟଙ୍କା ଏବଂ PM-SHRI ପାଇଁ 123 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > New India Literacy କାର୍ଯ୍ୟକ୍ରମ ପାଇଁ 7 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ 39 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ 60 କୋଟି ଟଙ୍କା ଏବଂ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ପାଇଁ 132 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > Tata Technology Limited ସହ ମିଳିତ ସହଯୋଗରେ 22 ଟି ITI ରେ Centre of Excellence ପ୍ରତିଷ୍ଠା ପାଇଁ 130 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୂକରଣ(OSDA) ପାଇଁ 10 କୋଟି ଟଙ୍କା ଏବଂ ADB ସହାୟତାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ 61 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ITIର ଭିତ୍ତିଭୂମି ବିକାଶ ପାଇଁ 35 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
G. ଜଙ୍ଗଲ ଓ ପରିବେଶ
- ବନୀକରଣ ପାଣ୍ଠି କ୍ଷତିପୂରଣ ପାଇଁ 120 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଆଞ୍ଚଳିକ ଉଦ୍ଭଦ ସମ୍ପଦ କେନ୍ଦ୍ର ଏବଂ ଜୈବ ବିବିଧତା ପରିଷଦ ପାଇଁ 10 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି
- ରାଜ୍ୟରେ ସବୁଜ ମହାନଦୀ ମିଶନ ପାଇଁ 10 କୋଟି ଟଙ୍କା ଏବଂ ସବୁଜିମା ବୃଦ୍ଧି ପାଇଁ 40 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > Eco-Tourismର ବିକାଶ ପାଇଁ 20 କୋଟି ଟଙ୍କା ଏବଂ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ ପାଇଁ 23 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ବ୍ୟାଘ୍ର ପ୍ରକଳ୍ପ ପାଇଁ ୨ କୋଟି ଟଙ୍କା, ହାତୀ କରିଡର ପରିଚାଳନା ପାଇଁ 5 କୋଟି ଟଙ୍କା ଏବଂ ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ପାଇଁ 10 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
H. ଗ୍ରାମୀଣ ଭିତ୍ତିଭୂମି
- ♦ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ପାଇଁ 270 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନ ମଣ୍ଡଳୀ ଗୁଡିକର ଉନ୍ନତି ନିମନ୍ତେ 142 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଅର୍ଯ୍ୟୋଦୟ ଗୃହ ଯୋଜନା ପାଇଁ 100 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
I.ନଗର ଉନ୍ନୟନ
- > ସହରାଞ୍ଚଳ ନାଳବାହିତ ଆବର୍ଜନା ପରିଚାଳନା ଯୋଜନା ପାଇଁ 148 କୋଟି ଟଙ୍କା ଏବଂ ସହରାଞ୍ଚଳରେ ଜଳ ଯୋଗାଣ ପାଇଁ 220 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣ (ବସୁଧା) ପାଇଁ 52 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ସହରାଞ୍ଚଳ ପରିବର୍ତ୍ତନ ପଦକ୍ଷେପ (UNNATI) ପାଇଁ 350 କୋଟି ଟଙ୍କା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ 150 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ସ୍ବଚ୍ଛ ଭାରତ ଅଭିଯାନ ପାଇଁ 592 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
J. ଶିଳ୍ପ
> ଶିଳ୍ପ ଭିତ୍ତିଭୂମି ବିକାଶ ପାଣ୍ଠି (IIDF) ପାଇଁ 40 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
> ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ପାଇଁ 50 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
> SIDBI କ୍ଲଷ୍ଟର ବିକାଶ ପାଣ୍ଠି (SCDF) ପାଇଁ 25 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
K. ଭିଭିଭୂମି
- > ପୁଞ୍ଜି ବ୍ୟୟ ପାଇଁ ରାଜ୍ୟମାନଙ୍କୁ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା ପାଇଁ 1750 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- ବେସାମରିକ ବିମାନ ଚଳାଚଳକୁ ପ୍ରୋତ୍ସାହିତ କରିବା ପାଇଁ ଏରୋଡ୍ରମ୍ ନିର୍ମାଣ ପାଇଁ 10 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ପାଇଁ 100 କୋଟି ଓ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ପାଇଁ 50 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଶକ୍ତି ବିଭାଗ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଋଣ ପାଇଁ 300 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > IT ପାର୍କ ଏବଂ ଟାୱାର ବିକାଶ ପାଇଁ 210 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ଅନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ 31 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ରାଜ୍ୟ ସଡ଼କ ପାଣ୍ଠି ପାଇଁ ୨୦ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ସଡ଼କ ପାଣ୍ଠି ପାଇଁ ୨୦ କୋଟି ଟଙ୍କା ବ୍ୟବସ୍ଥା
- କରାଯାଇଛି ।
L. ସଂସ୍କୃତି ଓ ପର୍ଯ୍ୟଟନର ପ୍ରୋତ୍ସାହନ
- ♦ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଅନୁଦାନ ପାଇଁ 31 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ 48 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ସଂସ୍କୃତି ନିର୍ଦ୍ଦେଶାଳୟ ପାଇଁ 99 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > କଳାମଣ୍ଡଳ ପ୍ରତିଷ୍ଠା ପାଇଁ 30 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ରାଜ୍ୟ ସଂଗ୍ରହାଳୟ ଓ ଗବେଷଣା ପାଇଁ 12 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
- > ହସ୍ତତନ୍ତ ଶିଳ୍ପର ପ୍ରୋତ୍ସାହନ ପାଇଁ 11 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
- > ପର୍ଯ୍ୟଟନ ସୂଚନା ଓ ପ୍ରଚାର ପାଇଁ 50 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
9. FRBM ପରିପାଳନ ଏବଂ ଅତିରିକ୍ତ ବଜେଟ, 2023-24
ଅତିରିକ୍ତ ବଜେଟ 2024-25, ବିତ୍ତୀୟ ଉତ୍ତରଦାୟିତ୍ଵ ଏବଂ ବଜେଟ୍ ପରିଚାଳନା (FRBM) ଅଧ୍ୱନିୟମ କୁ ଅନୁପାଳନ କରୁଛି, କାରଣ ଏହି ବଜେଟ ଅତିରିକ୍ତ ରାଜସ୍ବ କିମ୍ବା ସଞ୍ଚିତ / ସମର୍ପିତ ସମ୍ବଳର ଉପଲବ୍ଧତା ମଧ୍ୟରେ ପ୍ରସ୍ତୁତ କରାଯାଇଛି । ଏହି ଅତିରିକ୍ତ ବଜେଟରେ ରାଜସ୍ବ ବଳକା (Revenue Surplus) ସ୍ଥିତି ବଜାୟ ରହିବ ସହ, ବିତ୍ତୀୟ ନିଅଣ୍ଟ (Fiscal Deficit) ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP) ର ପ୍ରାୟ 3 ପ୍ରତିଶତ ମଧ୍ୟରେ ସୀମିତ ରହିବ । ଋଣ ଓ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP) ର ଅନୁପାତ ସ୍ଥିରୀକୃତ 25 ପ୍ରତିଶତ ମଧ୍ୟରେ ସୀମିତ ରହିବାର ମଧ୍ୟ ଅନୁମାନ କରାଯାଉଛି । ମହାଲେଖାକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜୁଲାଇ, 2023 ପର୍ଯ୍ୟନ୍ତ ରାଜ୍ୟର ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ (Debt-GSDP ratio) 10.12 ପ୍ରତିଶତ ରହିଅଛି ଏବଂ ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ (IP/RR ratio) 1.85 ପ୍ରତିଶତରେ ସୀମିତ ରହିଛି, ଯାହାକି ପୋଷଣୀୟ ଅଟେ । ଅତିରିକ୍ତ ବଜେଟକୁ ମିଶାଇ 2024-25 ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟବରାଦ (Capital Outlay) ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP) ର 6 ପ୍ରତିଶତରୁ ଅଧିକ ହେବ । ଏହା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବା ସହ ରାଜ୍ୟର ବିବିଧ ଜନମଙ୍ଗଳ ତଥା ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସହାୟକ ହେବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications