• search
For Quick Alerts
Turn On Notification  
For Daily Alerts

ଦେଶର ଶ୍ରେଷ୍ଠ 10 ସରକାରୀ ସ୍କୁଲ : 5ମରେ 'ଓଡିଶା ଆଦର୍ଶ ବିଦ୍ୟାଳୟ'

|

ଆଦର୍ଶ ସ୍କୁଲ ଓଡିଶା

ଭୁବନେଶ୍ୱର : ଦେଶର ଶ୍ରେଷ୍ଠ 10 ସରକାରୀ ସ୍କୁଲ ତାଲିକାରେ 'ଓଡିଶା ଆଦର୍ଶ ବିଦ୍ୟାଳୟ' ପଞ୍ଚମ ସ୍ଥାନ ପାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଏହି ପଞ୍ଚମ ସ୍ଥାନ ମିଳିଛି । ସେହିପରି ଆବାସିକ ବର୍ଗରେ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଥରଚେପା ଓଡିଶା ଆର୍ଦର୍ଶ ବିଦ୍ୟାଳୟକୁ ମଧ୍ୟ ପଞ୍ଚମ ସ୍ଥାନ ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି । ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ବିକାଶ ସହ ଶିକ୍ଷାର ମାନ ବୃଦ୍ଧି କରି ଓଡିଶା ସମଗ୍ର ଦେଶରେ ନୂଆ ଆଦର୍ଶ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକାଶ କରିଛି । ଏଠାରେ ସୂଚନାଥାଉକି, ରାଜ୍ୟ ସରକାର 2015 ସେପ୍ଟେମ୍ବର 19ରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପାଇଁ 314ଟି ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube

English summary
Odisha Adarsha Vidyalaya Ranked Fifth in All India Best School Ranking
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X