ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ ସାହୁଙ୍କ କରୋନାରେ ପରଲୋକ
ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁଙ୍କ ଦେହାନ୍ତ । କିଛି ଦିନ ତଳେ କୋଭିଡ ସଂକ୍ରମିତ ହୋଇ ଚିକିତ୍ସିତ ଥିବା ଡକ୍ଟର ବିଜୟ କୁମାର ସାହୁଙ୍କ ଆଜି ମଧ୍ୟାହ୍ନରେ ଦେହାନ୍ତ ହୋଇଛି ।
ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁଙ୍କ ଦେହାନ୍ତ । କିଛି ଦିନ ତଳେ କୋଭିଡ ସଂକ୍ରମିତ ହୋଇ ଚିକିତ୍ସିତ ଥିବା ଡକ୍ଟର ବିଜୟ କୁମାର ସାହୁଙ୍କ ଆଜି ମଧ୍ୟାହ୍ନରେ ଦେହାନ୍ତ ହୋଇଛି । ରାଜଧାନୀର ସବୁଠି ଦାମୀ ସ୍କୁଲ ଭାବେ ପ୍ରତିଷ୍ଠିତ ଲାଭ କରିଛି ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ।

ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଅଧକ୍ଷ ବ୍ୟ୍ୟତି ସେ ଥିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା । ସରକାରୀ ବିଦ୍ୟାଳୟରେ ଗୁଣବତ୍ତା ଶିକ୍ଷାଦାନ ଏବଂ ସଂସ୍କରଣ ଆଣିବା ଦିଗରେ ସର୍ବଦା ଚେଷ୍ଟାରତ ଥିଲେ ଡାକ୍ତର ବିଜୟ କୁମାର ସାହୁ । ରାଜ୍ୟରେ ଶିକ୍ଷାଦାନରେ ଉନ୍ନତି ଆଣିବାରେ ତାଙ୍କ ଭୂମିକା ସର୍ବଦା ପ୍ରଶଂସନୀୟ । କୋଭିଡରେ ସଂକ୍ରମଣ ପରେ ବିଜୟ ସାହୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଆସିଥିଲେ । ଏବଂ ୫୭ ବର୍ଷ ବୟସରେ଼ ଡ଼କ୍ଟର ବିଜୟ କୁମାର ସାହୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଡକ୍ଟର ବିଜୟ ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଭୀର ଶୋକବ୍ୟକ୍ତ କରିଛନ୍ତି । ଶିକ୍ଷା ପ୍ରତି ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ଏବଂ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।












Click it and Unblock the Notifications