କଲମପୁରରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ
କଲମପୁରରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ , ସ୍ୱାଧିନତା ସଂଗ୍ରାମର ଗାଥାକୁ ନେଇ ସାରା ରାଜ୍ୟରେ ପରିକ୍ରମା କରୁଛି ଅହିଂସା ରଥ । ସ୍ବାଧୀନତା ଦିବସ ଦିନ ଅହିଂସା ରଥର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଲମପୁର: ଚଳିତ ବର୍ଷ ୭୬ ତମ ସ୍ୱାଧିନତା ଦିବସ ଅବସରରେ ସାରେ ଦେଶେର ଅମୃତ ଅହୋତ୍ସବ ପାଳନ କରାଯାଇଥିଲା । ସ୍ୱାଧିନତା ସଂଗ୍ରାମର ଗାଥାକୁ ନେଇ ସାରା ରାଜ୍ୟରେ ପରିକ୍ରମା କରୁଛି ଅହିଂସା ରଥ । ସ୍ବାଧୀନତା ଦିବସ ଦିନ ଅହିଂସା ରଥର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥ ପରିକ୍ରମା କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରୁ ଏଲ୍ଇଡ଼ି ଭିଡ଼ିଓ ୱାଲ୍ରେ ସଜ୍ଜିତ 4ଟି ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରିଥିଲା ।

ଗତକାଲି ନୂଆପଡ଼ା ଦେଇ କଳାହାଣ୍ତି ସୀମାନ୍ତ ଗୋଲାମୁଣ୍ତା ବ୍ଲକ ଅଞ୍ଚଳରେ ଅହିଂସା ରଥକୁ କଳାହାଣ୍ତି ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ପରେ ଧର୍ମଗଡ଼,ଜୁନାଗଡ଼, ଦେଇ ଅପରାହ୍ନରେ କଲମପୁରଠାରେ ପହଁଚିଥିଲା ଅହିଂସା ରଥ । ଜୁନାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଓ ଜୁନାଗଡ଼ ସମିତି ଅଧ୍ୟକ୍ଷା ,ଉପାଧ୍ୟକ୍ଷ ,ସରପଞ୍ଚ ଦାସୀଗାଁ ନିକଟରେ ଉପସ୍ଥିତ ରହି ଏହି ରଥକୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।
ସେହିପରି କଲମପୁର ବ୍ଲକ ପ୍ରଶାସନ ତରଫରୁ ସମିତି ଅଧ୍ୟକ୍ଷା ଶ୍ରୀମତୀ ମୋତି ବିହାରୀ ,ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ,ବିଡିଓ ପ୍ରଶନ୍ନ କୁମାର ପଟେଲ ,ତହସିଲଦାନ କରିଶ୍ମା ବେଶ୍ରା ପ୍ରମୁଖ ଉପସ୍ଥିତ ରହି ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ସାଂସ୍କୃତି କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା । ଏରି ଅବସରରେ ଏକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା ସେହିପରି ବଙ୍ଗାପଲା ଠାରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇ ଅହିଂସା ରଥକୁ ପରିକ୍ରମା କରଯାଇଥିଲା ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications