ସ୍କୁଲ ଆସୁ ନାହାନ୍ତି ୯୬ ଶିକ୍ଷକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ: ଗଣଶିକ୍ଷା ମନ୍ତ୍ରୀ
ସ୍କୁଲ ଆସୁ ନାହାନ୍ତି ୯୬ ଶିକ୍ଷକ । ଏମାନଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ । ସେମାନଙ୍କ ପତ୍ତା ମିଳୁ ନ ଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଭୁବନେଶ୍ୱର: ସ୍କୁଲ ଆସୁ ନାହାନ୍ତି ୯୬ ଶିକ୍ଷକ । ଏମାନଙ୍କ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ । ସେମାନଙ୍କ ପତ୍ତା ମିଳୁ ନ ଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାସ ।

ମନ୍ତ୍ରୀ ମାନିଛନ୍ତି, ୯୬ ଶିକ୍ଷକଙ୍କର ଏବେ ପତ୍ତା ମିଳୁନି । ଦୀର୍ଘଦିନରୁ ଅନୁପସ୍ଥିତ ଥିବା ଏପରି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଷ୍ପତ୍ତି ନେଉଛନ୍ତି ସରକାର । ୨ ଥର ନୋଟିସ ଦିଆଯିବା ପରେ ବି ସେମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
କେବଳ ସେତିକି ନୁହେଁ ଜିଲ୍ଲାପାଳଙ୍କ ଦ୍ୱାରା ଯେଉଁମାନେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛନ୍ତି, ଚୁକ୍ତି ସରିଯିବା ପରେ ବି ଏହାକୁ ପୁନଃ ଚୁକ୍ତି କରିବାକୁ ସେମାନେ ଆସୁ ନାହାନ୍ତି। ଏପରି ୯୬ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
କହିରଖୁ କି, ସୁନ୍ଦରଗଡ଼ ଜିଲ୍ଲାର ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇ ଥିବାବେଳେ ଆଉ ୮ ଜଣ ପ୍ରାଥମିକ ଶିକ୍ଷକଙ୍କୁ ସୋ କଜ୍ ନୋଟିସ୍ ଜାରି କରାଯାଇଛି । ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାର ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କୁ ବହିଷ୍କାର କରାଯାଇ ଥିଲା । ସମାନ ଘଟଣା ନବରଙ୍ଗପୁରରୁ ସାମ୍ନାକୁ ଆସିଛି । ଏହି ଜିଲ୍ଲାରେ ୨୪ ଜଣ ଶିକ୍ଷକ ୧୨ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିଲେ । ଏମାନଙ୍କୁ ମଧ୍ୟ କାର୍ଯ୍ୟାନ୍ତର କରାଯାଇଛି । ଏହି ଶିକ୍ଷକମାନେ ୨୦୧୦ରେ ଚାକିରି ପାଇଥିଲେ ।












Click it and Unblock the Notifications