Get Updates
Get notified of breaking news, exclusive insights, and must-see stories!

ଜାନୁଆରୀ ସୁଦ୍ଧା ସାଢ଼େ ୯ ଲକ୍ଷ ପରିବାରକୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଗୃହ

ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ନିମନ୍ତେ ଜାରି ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସି

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ନିମନ୍ତେ ଜାରି ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

PMAY

ଆସନ୍ତା ଜୁନ ମାସ ସୁଦ୍ଧା ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢ଼େ ୯ ଲକ୍ଷ ପକ୍କାଘର ନିର୍ମାଣ କରାଯିବ । ଆସନ୍ତା ଜାନୁଆରୀ ମାସ ସୁଦ୍ଧା ଯୋଗ୍ୟ ହିତାଧିମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ଏଥି ନିମନ୍ତେ ପ୍ରକ୍ରିୟା ତ୍ୱରାନିତ୍ୱ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ପ୍ରତ୍ୟେକ ହିତାଧିକାରୀଙ୍କ ତାଲିକାକୁ ଜନ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରତ୍ୟେକ ଗ୍ରାମ ପଂଚାୟତରେ ୧୦ ଦିନ ପାଇଁ ପ୍ରଦର୍ଶନ କରାଯିବ ।

ଏହି ତାଲିକାରେ କୌଣସି ଅଯୋଗ୍ୟ ବ୍ୟକ୍ତି ସ୍ଥାନିତ ହୋଇଥିଲେ ଏ ବାବଦରେ ଆପତ୍ତି ଅଭିଯୋଗ ପଂଚାୟତ ଅଥବା ବ୍ଲକ୍ କାର୍ଯ୍ୟାଳୟରେ ରଖାଯାଇଥିବା ଉଦ୍ଦିଷ୍ଟ ବାକ୍ସରେ ପକାଇ ପାରିବେ । ଏତଦ ବ୍ୟତୀତ ଟୋଲ ଫ୍ରି ନମ୍ବର ୧୮୦୦-୩୪୫୬-୭୬୮ ଏବଂ ଅନଲାଇନ୍ ମାଧ୍ୟମରେ ଅଭିଯୋଗ ଜଣାଇ ପାରିବେ । କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ବିଡ଼ିଓ ମାନଙ୍କ ମାଧ୍ୟରେ ସଂପୃକ୍ତ ଘରର ଫଟୋ ଉଠା ଯାଇ ଜିଓ ଟ୍ୟାଙ୍ଗି କରାଯିବ । ଏହି ଯାଞ୍ଚ ପ୍ରକ୍ରିୟାରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ ଦିଆଯିବ ।

ଗ୍ରାମାଞ୍ଚଳରେ ଏହି ଯୋଜନା ମାଧ୍ୟମରେ ବ୍ୟାପକ ପକ୍କା ଘର ନିର୍ମାଣ କରାଯାଇ ବନ୍ୟା, ବାତ୍ୟା, ବର୍ଷା ଏବଂ ହାତୀ ଉପଦ୍ରବରୁ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ରକ୍ଷା କରାଯାଇ ପାରିବ ଓ କଚ୍ଚା ଘର ଶୂନ୍ୟ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେବ ବୋଲି ସେ ଆଶାବ୍ୟକ୍ତ ପ୍ରକାଶ କରିଛନ୍ତି ।

ଏହି ଅବସରରେ ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+