Get Updates
Get notified of breaking news, exclusive insights, and must-see stories!

ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଆଉ ୮ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏହା ସହିତ ଏଯାବତ ୧୩୦ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଗଲାଣି।

ଭୁବନେଶ୍ୱର: ଆଉ ୮ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏହା ସହିତ ଏଯାବତ ୧୩୦ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଗଲାଣି। ଏହି ୮ ଜଣଙ୍କ ମଧ୍ୟରେ ଅଛନ୍ତି ନିମାପଡ଼ାର ପୂର୍ବତନ ତହସିଲଦାର ତଥା ଓଏଏସ୍ ଅଧିକାରୀ ରାମଚନ୍ଦ୍ର ଜେନା।

Odisha Government

ତେବେ ରାମଚନ୍ଦ୍ର ଜେନାଙ୍କ ସବ ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ଗୌରାଙ୍ଗ ଚରଣ ମହାନ୍ତି, ସୁନ୍ଦରଗଡ଼ ଲାଠିକଟାର ପୂର୍ବତନ ତହସିଲଦାର ଏବଂ ବର୍ତ୍ତମାନ ବରଗଡ଼ର ଅମ୍ବାଭୋନାରେ ବିଡିଓ ଥିବା ଆଲଫୋନ୍‌ସ ବିଲୁଙ୍ଗ, କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିନଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ, କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ୍ ସିଡିପିଓ ମୀନା ପାତ୍ର, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ସିଡିପିଓ ପୁଷ୍ପାଞ୍ଚଳି ରଥ, ଦେବଗଡ଼ର ପୂର୍ବତନ ଡେପୁଟି ଅବକାରୀ ସୁପରିନଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର ଓ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କ୍ୟାସିଅର ପ୍ରଭାକର ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ରାମଚନ୍ଦ୍ର ଜେନାଙ୍କ ବିରୋଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ତାଙ୍କ ନିକଟରୁ ଏକାଧିକ ପ୍ୟାନ୍ କାର୍ଡ ସହିତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ତାଙ୍କୁ ଭିଜିଲାନ୍ସ ଗିରଫ ମଧ୍ୟ କରିଥିଲା।

ତେବେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ୨୦୧୯ରୁ ସରକାରଙ୍କ ଏହି ଦୁର୍ନୀତି ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା। ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଏପରି ଅଭିଯାନ ସାରା ଦେଶରେ ପ୍ରଥମ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+