Get Updates
Get notified of breaking news, exclusive insights, and must-see stories!

ସମ୍ବଲପୁର ହିଂସା: ଗିରଫ ସଂଖ୍ୟା ୭୯କୁ ବୃଦ୍ଧି; ଡିଜିପି କହିଲେ, ଦିନେ କି ଦୁଇ ଦିନ ଭିତରେ ହଟିପାରେ କର୍ଫ୍ୟୁ

ସମ୍ବଲପୁର: ସମ୍ବଲପୁର ହିଂସା ଘଟଣାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କର୍ଫ୍ୟୁ ପରର ସ୍ଥିତି କେମିତି ରହିଛି, ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସମ୍ବଲପୁରରେ ସ୍ଥିତି ସୁଧୁରିଲେ କର୍ଫ୍ୟୁ ହଟିବ । ଏବେ ତ କର୍ଫ୍ୟୁ ବଳବତ୍ତର ରହିଛି । ଧିରେ ଧିରେ ସ୍ଥିତି ସୁଧରୁଛି । ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ । ଖୁବଶୀଘ୍ର ସ୍ୱାଭାବିକ ସ୍ଥିତିକୁ ଫେରି ଆସିବ ବୋଲି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି ।

Sambalpur violence

ସେ ଆହୁରି କହିଛନ୍ତି ଯେ ଏବେ ସମ୍ବଲପୁରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରୁଛି । ଜନସାଧାରଣଙ୍କୁ ସହଯୋଗ କରିବାକୁ ଅପିଲ କରାଯାଇଛି । ଅପ୍ରୀତିକର ଘଟଣାରେ ସଂପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ।

ସେପଟେ ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ରହିଛି । କର୍ଫ୍ୟୁ ବେଳର ସ୍ଥିତି କେମିତି ରହିଛି, ତାର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ, ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ଦୀପକ କୁମାରଙ୍କ ସମେତ ବରିଷ୍ଠ ଅଧିକାରୀ । ତେବେ ଧିରେ ଧିରେ ସ୍ଥିତି ସୁଧୁରୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ବଲପୁର ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ଜିଲ୍ଲାପାଳ ଅନନ୍ୟା ଦାସ । କହିଛନ୍ତି, କର୍ଫ୍ୟୁ ସମୟରେ ପାଟ୍ରୋଲିଂ ଜାରି ରହିଛି । ସ୍ଥିତି ସୁଧୁରୁଛି । ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରିବ ବୋଲି ଆଶା କରାଯାଉଛି ।

ସେ ଇଣ୍ଟରନେଟ୍ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯିବ । ଆଜି ହୋଇଥିବା ସିଡିଏସ୍ ଓ ଏଏସ୍ଓ ପରୀକ୍ଷାକୁ ଦୃଷ୍ଟିରେ ରଖି, ସମ୍ବଲପୁର ସହରରେ ଲାଗିଥିବା କଟକଣାକୁ କୋହଳ କରାଯାଇଥିଲା । ପରୀକ୍ଷାର୍ଥୀମାନେ ସ୍ୱାଭାବିକ୍ ଭାବେ ଆସି କେମିତି ପରୀକ୍ଷା ଦେଇପାରିବେ ସେଥିପାଇଁ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ ।

ଉଲ୍ଲେଖଯୋଗ୍ୟ, ଗତ ୧୨ ତାରିଖ ସନ୍ଧ୍ୟାରେ ହନୁମାନ ଜୟନ୍ତୀ ବାଇକ୍ ରାଲି ସମୟରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଯାହା ୧୪ ତାରିଖ ପର୍ଯ୍ୟନ୍ତ ଲାଗି ରହିଥିଲା । ଫଳରେ ସମ୍ବଲପୁରର ୧୪୪ ଧାରା ଜାରି ହୋଇଥିଲା । ତେବେ ବାଇକ୍ ରାଲିରେ ପଥର ମାଡ଼ ଓ ଦୋକାନ ପୋଡ଼ି ଘଟଣାରେ ଆଜି ଆଉ ୩୦ ଜଣଙ୍କୁ ଗିରଫ କରାଯାଇଛି । ଏହାଫଳରେ ଗିରଫଦାରୀ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି ।

ସମ୍ବଲପୁର ଏସପି ବି. ଗଙ୍ଗାଧରଙ୍କ ସୂଚନା ଅନୁଯାୟୀ, ଘଟଣାରେ ୨୬ ଜଣଙ୍କୁ ପୁଲିସ ପ୍ରଥମେ ଗିରଫ କରିଥିବା ବେଳେ ହନୁମାନ ଜୟନ୍ତୀ ଦିନ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ୨୩ ଜଣଙ୍କୁ ଗିରଫ କରାଯାଇଥିଲା । ପଥର ମାଡ଼ ଓ ଦୋକାନ ପୋଡ଼ି ଆଜି ଆଉ ୩୦ଜଣଙ୍କୁ ଗିରଫ କରାଯିବା ପରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+