ରାଜ୍ୟରେ ୩ ବର୍ଷରେ ୭୬୦୩ ବାଳିକା ନିଖୋଜ

ବିଗତ ୩ ବର୍ଷରେ ୭୬୦୩ ବାଳିକା ନିଖୋଜ ହୋଇଥିବା ବେଳେ ୫୯୭୨ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୭୩୧ ଜଣ ବାଳିକା ନିଖୋଜ ଅଛନ୍ତି।

ଭୁବନେଶ୍ବର: ରାଜ୍ୟରେ ୩ ବର୍ଷରେ ୭୬୦୩ ବାଳିକା ନିଖୋଜ ହୋଇଛନ୍ତି । ବିଧାନସଭାରେ ପ୍ରଥମ ଥର ଏଭଳି ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ବିଗତ ୩ ବର୍ଷରେ ୭୬୦୩ ବାଳିକା ନିଖୋଜ ହୋଇଥିବା ବେଳେ ୫୯୭୨ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୭୩୧ ଜଣ ବାଳିକା ନିଖୋଜ ଅଛନ୍ତି ।

Odisha Assembly

ଗତ ୩ ବର୍ଷ ଅର୍ଥାତ ୨୦୧୯, ୨୦ ଓ ୨୧ରେ ନିଖୋଜ ହୋଇଥିବା ବାଳକ, ବାଳିକା ଓ ମହିଳାଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର ।
ତେବେ ଏବେବି ୧ହଜାର ୭୩୧ଜଣ ନିଖୋଜ ଅଛନ୍ତି । ସେହିପରି ୩ବର୍ଷରେ ରାଜ୍ୟରେ ୧ ହଜାର ୧୧୧ ବାଳକ ନିଖୋଜ ହୋଇଥିବା ବେଳେ ୯୦୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ୨୦୪ବାଳକ ନିଖୋଜ ଅଛନ୍ତି । ସେହିପରି ଗତ ୩ବର୍ଷ ଭିତରେ ୨୫ହଜାର ୯୭୩ ମହିଳା ନିଖୋଜ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୯ହଜାର ୯୨୦ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୬ହଜାର ୫୩ଜଣ ମହିଳା ଏବେବି ନିଖୋଜ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+