୮ ବର୍ଷ ହୁଙ୍କାରେ ବିତୁଛି ଜୀବନ, ବିକାଶ ଏଠି ସାତ ସପନ

ହୁଙ୍କା ପରି ଝୁମ୍ପୁଡ଼ି ଘର । ଉଈ ନୁହେଁ ସେଥିରେ ରହୁଛନ୍ତି ଜଣେ ମଣିଷ । ୮ ବର୍ଷ ଏହି ହୁଙ୍କା ସଦୃଶ ଝୁମ୍ପୁଡି ଘରେ ରହୁଛନ୍ତି ୭୦ ବର୍ଷିୟ ବୃଦ୍ଧା । ନାମ ତାଙ୍କର କଣ୍ଠଦେଈ।

ବଲାଙ୍ଗିର: ହୁଙ୍କା ପରି ଝୁମ୍ପୁଡ଼ି ଘର । ଉଈ ନୁହେଁ ସେଥିରେ ରହୁଛନ୍ତି ଜଣେ ମଣିଷ । ୮ ବର୍ଷ ଏହି ହୁଙ୍କା ସଦୃଶ ଝୁମ୍ପୁଡି ଘରେ ରହୁଛନ୍ତି ୭୦ ବର୍ଷିୟ ବୃଦ୍ଧା । ନାମ ତାଙ୍କର କଣ୍ଠଦେଈ। ବଲାଙ୍ଗିର ଜିଲ୍ଲା ବାଲିପଟା ଗାଁର ଏହି ଦୃଶ୍ଯ । ଯିଏ ତାଙ୍କୁ ଦେଖୁଛି ଆହା କହୁଛି ଏବଂ ସମବେଦନା ଜଣାଉଛି । ଯାହାଙ୍କ ଘର କହିଲେ ଝାଟିମାଟିର ଗୁମ୍ଫା ଭଳି ଝୁମ୍ପୁଡ଼ିଟିଏ ।

Odisha

କଣ୍ଠଦେଈଙ୍କ ତିନି ଝିଅ ଥିବା ବେଳେ ଦୁଇ ଝିଅଙ୍କ ବିବାହ ସରିଛି, ସାନ ଝିଅ ଏବେ ମାମୁଁ ଘରେ ରହୁଛି । ପୁରୁଣା ଘର ସବୁ ଭାଙ୍ଗି ଯିବା ପରେ ସେ ଏବେ ଏଠାରେ ରହୁଛନ୍ତି । ମାସକୁ ୬୦୦ ଟଙ୍କା ଭତ୍ତା ଓ ୧୦ କିଲୋ ଚାଉଳ ମିଳୁଛି ।

ଧରି ଉଈହୁଙ୍କା ଭଳି ଝୁମ୍ପୁଡ଼ିରେ ରହୁଛନ୍ତି ୭୦ ବର୍ଷିୟ ବୃଦ୍ଧା ବଲାଙ୍ଗିର ବାଲିପଟା ଗାଁର ଜଣେ ମାଆଙ୍କ କାହାଣୀ । ଜଣେ ମଣିଷଙ୍କ କାହାଣୀ । ଯିଏ ତାଙ୍କୁ ଦେଖୁଛି ଆହା କହୁଛି ଏବଂ ସମବେଦନା ଜଣାଉଛି । ଯାହାଙ୍କ ଘର କହିଲେ ଝାଟିମାଟିର ଗୁମ୍ଫା ଭଳି ଝୁମ୍ପୁଡ଼ିଟିଏ । ଯେଉଁଠି ଆଜିକୁ ୮ ବର୍ଷ ବିତିଗଲା । ଜଙ୍ଗଲୀ ଜୀବନ ଜୀଉଁଛନ୍ତି ଏକୁଟିଆ । କିଏ ଓଳିଏ ଖାଇବାକୁ ଦେଉଛି ତ ଆଉ କିଏ ଲୁଗା ଖଣ୍ଡେ ଦେଉଛି । ଅଥଚ ଜୀବନଠୁ ମୃତ୍ୟୁ ଯାଏଁ ଯୋଜନା କରୁଥିବା ସରକାର ବାହାଦୂରଙ୍କ ନଜର ପଡୁନି ।

ସେଇଠି ରୋଷେଇ କରୁଛନ୍ତି, ଖାଉଛନ୍ତି, ଶୋଉଛନ୍ତି । ରାତି ପାହିଲେ ପୁଣି ଭିକ ମାଗି ଚଳୁଛନ୍ତି । ଦୁଃଖଦେଇଙ୍କ ଏହି ଦୁର୍ଦ୍ଦଶାର କାହାଣୀ ଦେଖିଲା ପରେ, ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା ତିଆରି କରୁଥିବା ରାଜ୍ୟ ସରକାରଙ୍କ ଦାୟିତ୍ୱପଣିଆ ଉପରକୁ ଅଙ୍ଗୁଳି ଉଠୁଛି । ଗରୀବଙ୍କ ପାଇଁ ସରକାରୀ ବ୍ୟବସ୍ଥାର ସତେ ଯେମିତି ଅପମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+