Get Updates
Get notified of breaking news, exclusive insights, and must-see stories!

ଗଛରେ ପିଟି ହେଲା ବରଯାତ୍ରୀ ଗାଡି: ୬ ମୃତ, ୩୦ ଆହତ

କୋଟଗଡ଼ର କୁଟିବାଲି ନିକଟରେ ଏକ ବରଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି ।

କନ୍ଧମାଳ: ବାହାଘର ହେଲା କାଳ । ଘରୁ ସଜ ହୋଇ ବରଯାତ୍ରୀ ଧରି ବାହାରିଥିଲେ ବର । ହେଲେ ଅଧା ବାଟରେ ଆସିଲା ଜମ । ନେଇଗଲା ୬ ବରଯାତ୍ରୀଙ୍କ ପ୍ରାଣ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । କୋଟଗଡ଼ର କୁଟିବାଲି ନିକଟରେ ଏକ ବରଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି ।

car accident

ସମସ୍ତ ଗୁରୁତର ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭ୍ୟାନଟି କୋଟଗଡ଼ରୁ ଟିଆମାହା ଯିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା ଇ ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତ୍ତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଉତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣ ପଡିଛି ।

ଦୁର୍ଘଟଣାସ୍ଥଳରେ କୋଟଗଡ଼ ଥାନା ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାଞ୍ଚ କରିଥିଲେ । ସମସ୍ତ ଗୁରୁତରଙ୍କୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପରିସ୍ଥିତି ସଙ୍କଟଜନକ ରହିଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+