ବିଦେଶର ଥାଇ ବି ନବଜାତ ଶିଶୁର ଜୀବନ ବଞ୍ଚାଇଲେ 5T ସଚିବ

ବିଦେଶର ଥାଇ ବି ଆକ୍ସନ ଦେଖାଇଲେ 5T ସଚିବ ଭିକେ ପାଣ୍ଡିଆନ । ସ୍ୱାସ୍ଯ ସମସ୍ୟା ଦେଇ ଗତି କରୁଥିବା ନବଜାତ ଶିଶୁର ଜୀବନ ବଞ୍ଚାଇଲେ । ବିଦେଶରୁ ଥାଇ ସ୍ବାସ୍ଥ୍ୟ ବିଭାବକୁ ଦେଲେ ନିର୍ଦ୍ଦେଶ । ବଞ୍ଚିଗଲା ନବଜାତକର ପ୍ରାଣ ।

ଭୁବନେଶ୍ୱର: ବିଦେଶର ଥାଇ ବି ଆକ୍ସନ ଦେଖାଇଲେ 5T ସଚିବ ଭିକେ ପାଣ୍ଡିଆନ । ସ୍ୱାସ୍ଯ ସମସ୍ୟା ଦେଇ ଗତି କରୁଥିବା ନବଜାତ ଶିଶୁର ଜୀବନ ବଞ୍ଚାଇଲେ । ବିଦେଶରୁ ଥାଇ ସ୍ବାସ୍ଥ୍ୟ ବିଭାବକୁ ଦେଲେ ନିର୍ଦ୍ଦେଶ । ବଞ୍ଚିଗଲା ନବଜାତକର ପ୍ରାଣ । ଯାହା ପାଇଁ ଏବେ ରାଜ୍ୟବାସୀଙ୍କ ହୃଦୟ ଜିତିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

5T Secretary

ତେବେ ମୃତ୍ୟୁ ସହ ଲଢୁଥିବା ନୟାଗଡ ଖଣ୍ଡପଡା ଅଞ୍ଚଳର ପୁରୁଷୋତ୍ତମ ମହାପାତ୍ରଙ୍କ 2 ଦିନର ଶିଶୁର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିଲା । ଶିଶୁଟି କଟକର ଏକ ଘୋରଇ ନର୍ସିଙ୍ଗ ହୋମରେ ଜନ୍ମ ହେଇଥିଲା। ଜନ୍ମର ଦିନକ ପରେ ତାକୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା । ଦେହ ନୀଳ ପଡିଯାଇଥିଲା । ଡାକ୍ଟର ଶିଶୁକୁ କୌଣସି ବଡ଼ ମେଡିକାଲ ନେଅ ଭେଣ୍ଟିଲେଟରରେ ରଖିବାକୁ ପରାମର୍ଶ ଦେଇଥିଲେ । ହେଲେ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ଗରିବ ପରିବାର ଶିଶୁଟିର ଚିକତ୍ସା କରିବାକୁ ସମର୍ଥ ନଥିଲେ । ଏନେଇ କିଛି ସାମାଜିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ 5ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

5T Secretary

ତେବେ ଦୁବାଇ ଥିବା ସଚିବ ପାଣ୍ଡିଆନ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। ତୁରନ୍ତ ସେ ଶିଶୁକୁ କିମ୍ସ ମେଡିକାଲକୁ ସ୍ଥାନାନ୍ତର କରିବା ସହ ସମସ୍ତ ଆନୁସାଜ୍ଞିକ ବ୍ୟବସ୍ଥା କରିବା ପାଇଁ କହିଥିଲେ। ଖ୍ୟମନ୍ତ୍ରୀ ଙ୍କ ଦପ୍ତର ଓ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ସହଯୋଗରେ ଉକ୍ତ ଶିଶୁକୁ ଆମ୍ବୁଲାନ୍ସରେ ଆଣି କିମ୍ସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଶିଶୁଟିର ଚିକିତ୍ସା କରୁଛନ୍ତି, ଆଉ ଏସବୁ ଖର୍ଚ୍ଚ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଉଛି।

ଉଲ୍ଲେଖଥାଉ କି, ଗତକାଲି ଦୁବାଇରେ ଅନୁଷ୍ଠିତ ହୋଇଥିବା ଇନଭେଷ୍ଟର ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନ ବିଦେଶ ଗସ୍ତରେ ଥିଲେ । ଆଜି (ଗୁରୁବାର) ସେମାନେ ଓଡିଶା ଫେରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+