ସୁଆଣ୍ଡୋରେ 5T ସଚିବ: ଆସନ୍ତା ୨୩ରେ ଉତ୍କଳମଣିଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ସୁଆଣ୍ଡୋରେ 5T ସଚିବ ଭିକେ ପାଣ୍ଡିଆନ୍ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମରେ ଚାଲିଛି ‘ସୁଆଣ୍ଡୋ ପ୍ରକଳ୍ପ’ । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଅଗ୍ରଗତି ହେଉଛି ।

ପୁରୀ: ସୁଆଣ୍ଡୋରେ 5T ସଚିବ ଭିକେ ପାଣ୍ଡିଆନ୍ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମରେ ଚାଲିଛି 'ସୁଆଣ୍ଡୋ ପ୍ରକଳ୍ପ' । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଅଗ୍ରଗତି ହେଉଛି । ଐତିହ୍ୟ ଗ୍ରାମ ସୁଆଣ୍ଡୋର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।
ତେବେ ଆଗାମୀ ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆାଇଛି । ତେଣୁ ଆଜି 5T ସଚିବ ଭିକେ ପାଣ୍ଡିଆନ୍ ଏହି ପୁନଃବିକାଶ କାର୍ଯ୍ୟର ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟ ତଦାରଖ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟର ତଦାରଖ କରିବା ସହ ସମଗ୍ର ଅଞ୍ଚଳ ବୁଲି ଦେଖିଥିଲେ 5T ସଚିବ । ଯେଉଁଘରେ ଉତ୍କଳମଣି ଜନ୍ମ ଗ୍ରହଣ କରିଥିଲେ, ସେହି ଘରକୁ ମଧ୍ୟ ବୁଲି ଦେଖିଥିଲେ ଭିକେ ପାଣ୍ଡିଆନ୍ ।
ଉତ୍କଳମଣିଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ସୁଆଣ୍ଡୋ ବାସୀଙ୍କ ଅନୁରୋଧ କ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି । ଏହାର ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭିକେ ପାଣ୍ଡିଆନ ଯୋଗ ଦେଇ ପୂର୍ଣ୍ଣାହୁତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।












Click it and Unblock the Notifications