ପୁଣି ବଢିଲା ସଂକ୍ରମଣ, ୨୪ ଘଣ୍ଟାରେ ୫୩ କୋଭିଡ ସଂକ୍ରମିତ ଚିହ୍ନଟ

ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସଦ୍ୟତମ ରିପୋର୍ଟ ଅନୁଯାଇ ୨୪ ଘଣ୍ଟାରେ ୫୩ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୨ ଜଣ ଚିହ୍ନଟ ।

ଭୁବନେଶ୍ୱର: ଅନେକ ଦିନର ବିରତି ପରେ ପୁଣିଥରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସଦ୍ୟତମ ରିପୋର୍ଟ ଅନୁଯାଇ ୨୪ ଘଣ୍ଟାରେ ୫୩ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୨ ଜଣ ଚିହ୍ନଟ । କ୍ବାରେଣ୍ଟାଇନ୍‌ରୁ ୩୩, ସ୍ଥାନୀୟ ସଂକ୍ରମିତ ୨୦ ଜଣ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫ଜଣ ସଂକ୍ରମିତ ରହିଛନ୍ତି ।

odisha corona cases

ତେବେ ଏହା ଦେଢ଼ ମାସରେ ସର୍ବାଧିକ ଦୈନିକ ସଂକ୍ରମଣ ହୋଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, , ପୁରୀ ଜିଲ୍ଲାରୁ ୩ଜଣ, ସମ୍ବଲପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ, ଷ୍ଟେଟ ପୁଲ୍‌ରୁ ୭ଜଣ ରହିଛନ୍ତି । ରାଜ୍ୟରେ ପୁଣି ଥରେ ଯେଉଁଭଳି ଭାବରେ ସଂକ୍ରମଣ ସଂଖ୍ୟା ବଢ଼ୁଛି ତାକୁ ନେଇ ରାଜ୍ୟବାସୀଙ୍କର ଚିନ୍ତା ବଢ଼ୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+