ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍: ମୋଟ ୧୦ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଆଉ ୫ଟି ଗେଟ୍ ଖୋଲାଯାଇଛି ।
ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଆଉ ୫ଟି ଗେଟ୍ ଖୋଲାଯାଇଛି । ଏଥିସହିତ ପରେ ଆଉ ୫ଟି ଗେଟ୍ ଖୋଲିବାର ଯୋଜନା ରହିଛି ବୋଲି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି ।

ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦକୁ ପଶୁଛି ବନ୍ୟାଜଳ । ପ୍ରତି ସେକେଣ୍ଡକୁ ୨ ଲକ୍ଷ ୮୩ ହଜାର ୭୮୪ କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ରହିଛି ୬୧୨.୯୩ ଫୁଟ । ବନ୍ୟାଜଳ ନିଷ୍କାସନ ହେଉଛି ୧ ଲକ୍ଷ ୯୧ ହଜାର ୫୭୪ କ୍ୟୁସେକ । ଏଥିପାଇଁ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ଗେଟ୍ ଖୋଲିବା ପୂର୍ବରୁ ସକାଳ ୯ଟା ୩୦ରୁ ସାଇରନ୍ ବଜାଇ ତଳମୁଣ୍ଡ ଲୋକଙ୍କୁ ସତର୍କ କରାଯାଇଥିଲା ।
ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି, ମହାନଦୀ ଉପମୁଣ୍ଡରେ ବର୍ଷାର ପରିମାଣ ବଢ଼ିଥିବାରୁ ସରାଡିହରେ ସକାଳ ୬ଟା ସୁଦ୍ଧା ୪ଲକ୍ଷ କ୍ୟୁସେକ୍ ଜଳ ଜଳଭଣ୍ଡାର ମଧ୍ୟକୁ ଆସିଛି। ତାକୁ ଦୃଷ୍ଟିରେ ରଖି ଆଜିଠାରୁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ଆରମ୍ଭ କରିବୁ। ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲିବୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲିବୁ। ମୋଟ ଉପରେ ୧୦ଟି ଗେଟ୍ ହୀରାକୁଦ ଜଳଭଣ୍ଡାରରୁ ଖୋଲାଯିବ। ପରେ ଜଳସ୍ତର ଦେଖି ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଗୁଡ଼ିକ ଖୋଲାଯିବ।












Click it and Unblock the Notifications