‘ମୋ ସ୍କୁଲ’ର ୪୨ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: 'ମୋ ସ୍କୁଲ୍' ଅଭିଯାନ ପରିଚାଳନା ସଂଗଠନର ୪୨ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଦ୍ୟାଳୟ ସହ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ବ୍ୟାପକ ଯୋଜନା କରାଯାଇଛି । ବ୍ଲକ୍ସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ, ଆକାଂକ୍ଷୀ ପାଠ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ- ଆଦି ବିଭିନ୍ନ ନୂତନ ପଦକ୍ଷେପ ନିଆଯିବାକୁ ସ୍ଥିର ହୋଇଛି ।

ପରିଷଦର ଅଧ୍ୟକ୍ଷ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍ ଅଧ୍ୟକ୍ଷତା କରି କହିଥିଲେ, ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଭାଗିତାକୁ ଅଧିକ ପ୍ରୋତ୍ସାହିତ କରାଯିବ । ସରକାର ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସେ ସବୁକୁ ସଫଳ କରିବା ପାଇଁ ଅଧିକ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟ ସହ ଯୋଡ଼ିହେବା ଦରକାର । 'ମୋ ସ୍କୁଲ୍' କାର୍ଯ୍ୟକ୍ରମ କେବଳ ଆର୍ଥିକ ସହାୟତା ନୁହଁ, ବରଂ ବିଦ୍ୟାଳୟର ଶୈକ୍ଷିକ ଓ ଅଣ-ଶୈକ୍ଷିକ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ଆବଶ୍ୟକ ବୋଲି ଶ୍ରୀମତୀ ଏସ୍ କହିଥିଲେ ।
ବୈଠକରେ ଅନେକ ନୂତନ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କ ବଢ଼ିବାପରେ ଅନେକ ସକରାତ୍ମକ ପରିବର୍ତ୍ତନ ଆସିଛି । ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ୧୯୮ ବ୍ଲକ୍ରେ ସେପ୍ଟେମ୍ବର ୮ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ଆୟୋଜନ କରାଯିବ । ବ୍ଲକ୍ର ସମସ୍ତ ପୁରାତନ ଛାତ୍ରଛାତ୍ରୀ କମିଟିର ସଭାପତି ତଥା ପ୍ରତିନିଧିମାନେ ଏକାଠି ହୋଇ ବିଦ୍ୟାଳୟର ଉନ୍ନତି ଦିଗରେ ଆଲୋଚନା କରିବେ । କମିଟି ସଭାପତିମାନେ 'ମୋ ସ୍କୁଲ୍' ଅଭିଯାନ କାର୍ଯ୍ୟକ୍ରମରେ କରିଥିବା ଭଲ କାମକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିବେ । ଏହା ଫଳରେ କମିଟି ସଭାପତି ତଥା ପ୍ରତିନିଧିଙ୍କ ମଧ୍ୟରେ ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟର ଆଦାନପ୍ରଦାନ ହୋଇପାରିବ ।
ରାଜ୍ୟର ସମସ୍ତ ବିଦ୍ୟାଳୟରେ ସେପ୍ଟେମ୍ବର ୮ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ଲୋକ ପ୍ରତିନିଧିମାନେ ଯୋଗଦେବେ । ବିଭିନ୍ନ ସ୍ତରରେ ଦିଆଯିବାକୁ ଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ଆଲୋଚନା ହେବ । ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୁରାତନ ଛାତ୍ରଛାତ୍ରୀ କମିଟି ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍ସ୍ତରରେ ପୁରସ୍କାର ରହିଛି । ଏ ପୁରସ୍କାର କେମିତି ମିଳିପାରିବ, ସେଥିପାଇଁ ସମସ୍ତ କମିଟି ଯୋଜନା ପ୍ରସ୍ତୁତ କରିବେ । ଏହାସହ ଶିକ୍ଷାର ବିକାଶ ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସମସ୍ତଙ୍କୁ ଅବଗତ କରାଯିବ । ସେପରି 'ପୋଷ୍ୟ ବିଦ୍ୟାଳୟ' କାର୍ଯ୍ୟକ୍ରମରେ ଆସନ୍ତା ସେପ୍ଟେମ୍ବର ୫ରୁ ୮ତାରିଖ ମଧ୍ୟରେ ସ୍କୁଲ୍ର ମାର୍ଗଦର୍ଶକ ଓ ପୁରାତନ ଛାତ୍ରଛାତ୍ରୀଙ୍କର ବୈଠକ ହେବ । ଏଥିରେ ବିଦ୍ୟାଳୟର ଅଗ୍ରଗତି ନେଇ ଆଲୋଚନା କରାଯିବ ।
ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ପ୍ରଥମ କରି ମାଧ୍ୟମିକ ବିଦ୍ୟାଳୟରେ ଆକାଂକ୍ଷୀ ପାଠ୍ୟକ୍ରମ ପ୍ରଚଳନ ହୋଇଛି । ପାଠ୍ୟକ୍ରମ ଅନୁସାରେ ବିଦ୍ୟାଳୟରେ କ୍ଲବ୍ ବ୍ୟବସ୍ଥା ଜରିଆରେ ବିଭିନ୍ନ ଶିକ୍ଷା ଦିଆଯିବ । ବିଦ୍ୟାଳୟସ୍ତରରେ ୪ଟି କ୍ଲବ୍(କ୍ରୀଡ଼ାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା)ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ, ବିଦ୍ୟାଳୟ ପରିସର ବାହାରେ ହେବାକୁ ଥିବା ବିଭିନ୍ନ ଶିକ୍ଷା-ଭ୍ରମଣ(ଏଜୁକେସନ ଟୁର୍) ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ସହଯୋଗ ନିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟସ୍ତରରେ ନୂତନ ଭାବେ ପ୍ରଚଳନ କରାଯାଇଥିବା ହାଉସ୍ ବ୍ୟବସ୍ଥାରେ ରଙ୍ଗିନ ୟୁନିଫର୍ମ ବଣ୍ଟନ କରାଯାଉଛି । ଏଥିରେ ମଧ୍ୟ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ ।
'ମୋ ସ୍କୁଲ୍' ଦୁଇଟି ନୂତନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଏଥିନେଇ ପରିଷଦ ବୈଠକରେ ଆଜି ଅନୁମୋଦନ ମିଳିଛି । ଆକାଂକ୍ଷୀ ପାଠ୍ୟକ୍ରମର 'ଜିଜ୍ଞାସା' କ୍ଲବ୍ ଅଧୀନରେ ଜୈବବିବିଧତା ଶିକ୍ଷା ପାଇଁ ନନ୍ଦନକାନନ ଜୀବ ଉଦ୍ୟାନ କର୍ତ୍ତୃପକ୍ଷ ଓ 'ମୋ ସ୍କୁଲ୍'ର ମିଳିତ ଉଦ୍ୟମରେ 'ଛାତ୍ରଛାତ୍ରୀ ଜୀବ ଉଦ୍ୟାନ ପ୍ରତିନିଧି'(ଷ୍ଟୁଡେଣ୍ଟ ଜୁ ଆମ୍ବାସଡର) କାର୍ଯ୍ୟକ୍ରମ ଆୟୋଜନ କରାଯିବ । ନନ୍ଦନକାନନ ଆଖପାଖରେ ଥିବା କଟକ ଓ ଖୋର୍ଦ୍ଧା ଜିଲ୍ଲାର ୪୦ଟି ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ଛାତ୍ରଛାତ୍ରୀଙ୍କୁ ଜୈବବିବିଧତା ଉପରେ ଶିକ୍ଷା ଦିଆଯିବ ।
ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଖାନ୍ ଏକାଡେମୀ ଓ 'ମୋ ସ୍କୁଲ୍' ମଧ୍ୟରେ ମିଳିତ ଚୁକ୍ତିନାମା କରାଯିବ । ଆଜିର ବୈଠକରେ ଏଥିନେଇ ପ୍ରସ୍ତାବକୁ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରି ଦେଇଛି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications