ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୪ ସହର
ରାଜ୍ୟରେ ଜାଡ଼ ମାଡ଼ । ଶୀତରେ ଥରହର ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ୪ ସହର ତାପମାତ୍ରା । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଓ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଲେଖାଏ ରେକର୍ଡ ହୋଇଛି ।
ଭୁବନେଶ୍ୱର: ରାଜ୍ୟରେ ଜାଡ଼ ମାଡ଼ । ଶୀତରେ ଥରହର ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ୪ ସହର ତାପମାତ୍ରା । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଓ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଲେଖାଏ ରେକର୍ଡ ହୋଇଛି ।

ଏହା ପରେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୯.୫ ଡିଗ୍ରୀ, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୯.୬ ଡିଗ୍ରୀ, ଦାରିଙ୍ଗବାଡ଼ି, କୋରାପୁଟ ଓ କେନ୍ଦୁଝର ସହରରେ ୧୦ ଡିଗ୍ରୀ, ଭବାନୀପାଟଣାର କଳାହାଣ୍ଡିରେ ୧୦.୬ ଡିଗ୍ରୀ, ଝାରସୁଗୁଡ଼ା ଓ ଚିପିଲିମାରେ ୧୦.୮ ଡିଗ୍ରୀ, ସୁନ୍ଦରଗଡ଼ ଓ ଦେବଗଡ଼ ସହରରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସୋମବାର ଓ ମଙ୍ଗଳବାର ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ହୋଇପାରେ । ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, କୋରାପୁଟ ଆଦି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ।
ସେହିପରି ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପାରଦ ତଳମୁହାଁ ହୋଇପାରେ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୩ ଡିଗ୍ରୀ କମିପାରେ । ଦକ୍ଷିଣ ଉପକୂଳରେ ୨୩ ଓ ୨୪ ତାରିଖରେ କୁହୁଡ଼ି ସମ୍ଭାବନା ଅଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।












Click it and Unblock the Notifications