ଟ୍ୱିନ୍ ସିଟି ପାଇଁ ନିଯୁକ୍ତି ହେବେ ୩୭୦ ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର, ଜୁଲାଇ ୨୪ ଯାଏ ଆବେଦନ
ଭୁବନେଶ୍ବର: ଟ୍ୱିନ୍ ସିଟି ପାଇଁ ନିଯୁକ୍ତି ହେବେ ୩୭୦ ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର । ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ବର ସହରାଞ୍ଚଳରେ ୨୫୦ ଓ କଟକ ସହରାଞ୍ଚଳରେ ୧୨୦ ସ୍ବେଚ୍ଛାସେବୀ ପଦବୀ ପୂରଣ ହେବ ।

ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆସନ୍ତା ୨୪ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଆବେଦନ କରିପାରିବେ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଭଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ ଫର୍ମ ମିଳିବ। ଭୁବନେଶ୍ବର ସହରାଞ୍ଚଳ ଲାଗି ଏଜି ଛକ ସ୍ଥିତ ଏସିପି ଟ୍ରାଫିକ କାର୍ଯ୍ୟାଳୟ ଓ କଟକ ସହରାଞ୍ଚଳ ଲାଗି ମଧୁପାଟଣା ଛକ ସ୍ଥିତ ଏସିପି କାର୍ଯ୍ୟରେ ଏହି ଫର୍ମ ବିନା ମୂଲ୍ୟରେ ଉପଲବ୍ଧ ହେଉଛି ।
ଆବେଦନକାରୀଙ୍କ ବୟସ ୧୮ ହୋଇଥିବା ସହ ସେ ଓଡ଼ିଶା ସରକାରଙ୍କ ସ୍ଵୀକୃତିପ୍ରାପ୍ତ ମହାବିଦ୍ୟାଳୟ କିମ୍ଵା ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥୁବା ନିହାତି ଆବଶ୍ୟକ । ଷ୍ଟୁଡେଣ୍ଟ ଭଲ୍ୟୁଣ୍ଠିୟରଙ୍କୁ ମିଳିବ ୧୬ଶହ ଟଙ୍କା ପ୍ରାପ୍ୟ । ସକାଳେ ଓ ସନ୍ଧ୍ୟାକୁ ମିଶାଇ ୬ ଘଣ୍ଟା ଷ୍ଟୁଡ଼େଣ୍ଟ ଭଲ୍ୟୁଣ୍ଠିୟର କାର୍ଯ୍ୟ କରିବେ । ତେବେ ଗୋଟିଏ ମାସରେ ସେମାନେ ୧୬ ଦିନ କାର୍ଯ୍ୟ କରିବେ । ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ଟଙ୍କାକୁ ମିଶାଇ ମାସକୁ ୧୬୦୦ ଟଙ୍କା ସେମାନଙ୍କୁ ମିଳିବ । ଓଡ଼ିଶା ସଡ଼କ ସୁରକ୍ଷା ସୋସାଇଟି ଫାଣ୍ଡିରୁ ଏହି ଟଙ୍କା ଯୋଗାଇ ଦିଆଯିବ ।












Click it and Unblock the Notifications