ପାଗଳା କୁକୁର କାମୁଡାରେ ୩ ବର୍ଷର ଶିଶୁ କନ୍ୟା ମୃତ, ୧୩ ଆହତ
ପାଗଳା କୁକୁର କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ବଲାଙ୍ଗୀର: ପାଗଳା କୁକୁର କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପାଟଣାଗଡ ବ୍ଲକର ବାଲିପଟା ଓ କଲଙ୍ଗାପାଲି ଗାଁରେ ପାଗଳା କୁକୁର କାମୁଡାରେ ୨ଜଣ ଶିଶୁ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି । କୁକୁରଟି ୨ଶିଶୁଙ୍କ ମୁଣ୍ଡକୁ କାମୁଡି ଦେଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।

ସୂଚନା ଅନୁସାରେ, ଘର ବାହାରେ ୩ ବର୍ଷର ଶିଶୁ କନ୍ୟାଟି ଖେଳୁଥିବା ବେଳେ ହଠାତ ଏକ ପାଗଳା କୁକୁର ଆସି ଝୁଣି ପକାଇଥିଲା । କୁକୁର କାମୁଡାରେ ଶିଶୁକନ୍ୟାର ମୁହଁ, ବେକ, ଛାତି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥଲା । ଚିତ୍କାର ଶୁଣି ପରିବାର ଲୋକେ କୁକୁର ପାଟିରୁ ରକ୍ତାକ୍ତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରିଥିଲେ। ପରେ ତାକୁ ପାଟଣାଗଡ଼ ମେଡ଼ିକାଲ୍ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। କେବଳ ଶିଶୁଟିକୁ ନୁହେଁ ଉକ୍ତ ପାଗଳା କୁକୁର କାମୁଡାରେ ଆଉ ୧୨ଜଣ ଲୋକ ଆହତ ହୋଇଥିବା ସୂଚନା । ଅନ୍ୟପକ୍ଷରେ ପାଗଳ କୁକୁରକୁ ଗାଁ ଲୋକେ ପିଟିପିଟି ମାରି ଦେଇଥିବା ଶୁଣିବାକୁ ମିଳିଛି ।












Click it and Unblock the Notifications