ମହଙ୍ଗା ପଡ଼ିଲା ନାବାଳକଙ୍କ ବାଇକ ଚଳାଇବା, ୩ ଜଣଙ୍କ ଉପରେ ୭୫ ହଜାର ଜରିମାନା
ନୟାଗଡ଼: ନାବାଳକଙ୍କୁ ବାଇକ ଚଳାଇବା ପଡ଼ିଲା ମହଙ୍ଗା । ଗଣିଲେ ୭୫ ହଜାର ଫାଇନ୍ । ପରିବହନ ବିଭାଗ ପକ୍ଷରୁ ସେମାନେ ଚଳାଉଥିବା ୩ଟି ଗାଡ଼ି ଜବତ କରାଯାଇଥିବା ବେଳେ ସେମାନଙ୍କ ଉପରେ ୨୫ ହଜାର ଟଙ୍କା ଲେଖାଏ ଫାଇନ୍ ପଡ଼ିଛି । ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା।
ନୟାଗଡ଼ ସହର ଭିତରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବିଭାଗ ପକ୍ଷରୁ ଚେକିଂ ଚାଲିଥିବା ବେଳେ ୩ ନାବାଳକ ଧରା ପଡ଼ିଛନ୍ତି । ୨ଟି ସ୍କୁଟି ଏବଂ ଗୋଟିଏ ବାଇକକୁ ଜବତ ସହ କେସକୁ କୋର୍ଟ ଫରୱାର୍ଡ କରାଯିବ ବୋଲି RTO କହିଛନ୍ତି । ସେହି ଅନୁସାରେ ବାପା ଓ ମା'ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।

ଶୂନ୍ୟ ମୃତ୍ୟୁ ସପ୍ତାହର ଶେଷ ଦିନରେ ଆଜି ନୟାଗଡ଼ ପରିବହନ ବିଭାଗର ପକ୍ଷରୁ ସକାଳୁ ସକାଳୁ ଚେକିଂକୁ କଡ଼ାକଡ଼ି କରାଯାଇଥିଲା। ସକାଳ ପ୍ରାୟ ୯ଟା ବେଳେ ନୟାଗଡ଼ ଟାଉନ ଥାନ ଅଞ୍ଚଳର ୨ଟି ଶିକ୍ଷାନୁଷ୍ଠାନ ସମ୍ମୁଖରେ ୩ ଜଣ ନାବାଳକ ନିଜେ ଗାଡ଼ି ଚଳାଇ ଆସୁଥିବା ବେଳେ ସେମାନଙ୍କୁ ଧରିଥିଲା ପରିବହନ ବିଭାଗ ଟିମ୍ । ୨ ଜଣ ସ୍କୁଟିରେ ଆସୁଥିବା ବେଳେ ଜଣେ ବାଇକରେ ଆସୁଥିଲେ । ଗାଡ଼ି ଗୁଡ଼ିକୁ ଜବତ କରିବା ସହିତ ସେମାନଙ୍କ ଉପରେ ୨୫ ହଜାର ଟଙ୍କା ଲେଖାଏଁ (ମୋଟ ୭୫ ହଜାର ଟଙ୍କା) ଜରିମାନା ପକା ଯାଇଥିଲା।












Click it and Unblock the Notifications