ଆତ୍ମସମର୍ପଣ କଲେ ୩ ମାଓବାଦୀ, ମୁଣ୍ଡପିଛା ଥିଲା ୧ଲକ୍ଷ ପୁରସ୍କାର
ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ୩ ଜଣ ନକ୍ସଲ ଆଜି ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଗସ୍ତରେ ଆସିଥିବା ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି ।
ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ୩ ଜଣ ନକ୍ସଲ ଆଜି ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଗସ୍ତରେ ଆସିଥିବା ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି ।

ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ଯରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ରହିଛନ୍ତି । ଏମାନେ ସମସ୍ତେ କାଙ୍ଗେର ଘାଟି ଏରିଆ କମିଟିରେ ପାର୍ଟି ମେମ୍ବର ଥିଲେ। ଏମାନଙ୍କ ନାମରେ ଏକ ଲକ୍ଷ ପୁରସ୍କାର ରାଶି ଥିଲା। ଏହି ତିନି ଜଣ ହେଲେ ମୋନାଜ ଓରଫ ମୋତି ମାଡ଼ି, ପାଣ୍ଡୁ କବସି ଓ ଆଇଟେ କର୍ତାମି।
ଏହି ତିନି ଜଣଙ୍କର ସହାୟତାରେ ମହୁପଦର ଅଞ୍ଚଳରୁ ଏସଓଜି ଓ ଡିଭିଏଫ ବାହିନୀ ମାଟିତଳୁ ବହୁ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛନ୍ତି । ଏଥିରେ ୭ଟି ଟିଫିନ ବମ ,୫ ଟି ବନ୍ଧୁକ , ୫୦ ଊର୍ଦ୍ଧ୍ୱ ଜୀବନ୍ତ ଗୁଳି ,ବାରେଲ ଗ୍ରାନାଇଟ ଲଞ୍ଚର, ନକ୍ସଲ ପୁସ୍ତିକା ପରି ୧୧୨ ପ୍ରକାର ନକ୍ସଲ ସାମଗ୍ରୀ ଜବତ କରିଛି ।












Click it and Unblock the Notifications