ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର
କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ। ପିଚୁ କଡେଇରେ ପଡି ୩ଶିଶୁ ଗୁରୁତର । ଗୁରୁତର ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କଲେ ଗ୍ରାମବାସୀ ।
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ। ପିଚୁ କଡେଇରେ ପଡି ୩ଶିଶୁ ଗୁରୁତର । ଗୁରୁତର ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କଲେ ଗ୍ରାମବାସୀ । ବାମେବାରୀ ଥାନା କନକନା ଗାଁରେ ଅଘଟଣ । ରାସ୍ତା କାମ ପାଇଁ ପିଚୁ ଥିବାବେଳେ ଅସାବଧାନତାରୁ ପଡିଗଲେ ।

ସୂଚନା ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିଲା। ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା। ଆଜି ସକାଳେ ରାସ୍ତାକଡ଼ରେ ଥିବା ପିଚୁ କଡ଼େଇ ନିକଟରେ କିଛି ପିଲା ଖେଳୁଥିଲେ। ଖେଳୁ ଖେଳୁ ଦୁଇ ଜଣ ପିଲା ଆସାବଧାନ କାରଣରୁ ସେମାନେ ପିଚୁ କଡ଼େଇରେ ପଡ଼ି ଯାଇଥିଲେ। ଆଉ ଜଣେ ପିଲା ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପଡ଼ିଯାଇଥିଲେ। ଗାଁ ଲୋକେ କିରୋସିନ ଢ଼ାଳି ପିଲାମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଠିକାଦାର କାମ ସାରିବା ପରେ ପିଚୁ କଡ଼େଇକୁ ଢାଙ୍କି ନଥିଲା। ଫଳରେ ପିଲାମାନେ ପିଚୁ କଡ଼େଇରେ ପଡ଼ିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।












Click it and Unblock the Notifications